ଦୀପାବଳି ପାଇଁ ଆଜି ଘରେ ଟ୍ରାଏ କରନ୍ତୁ କିଛି ନୂଆ, ବନାନ୍ତୁ ‘ନଡ଼ିଆ ଖିରି’

ଆରମ୍ଭ ହୋଇଯାଇଛି ଦୀପାବଳି ଉତ୍ସବ। ଆଲୋକର ପର୍ବକୁ ଧୁମ୍‌ଧାମ୍‌ରେ ପାଳନ କରିବା ପାଇଁ ଏବେ ସମସ୍ତ ଲାଗିପଡ଼ିଛନ୍ତି। ଏ ଅବସରରେ ଘରେ ଲୋକମାନେ ଭିନ୍ନ ଭିନ୍ନ ପ୍ରକାରର ବ୍ୟଞ୍ଜନ ରାନ୍ଧି ଖାଇଥାନ୍ତି। ଏଥିସହ ଲୋକମାନେ ଦୀପାବଳିରେ ବିଭିନ୍ନ ମିଠା ବି ପ୍ରସ୍ତୁତ କରିଥାନ୍ତି। ଦୀପାବଳି ଅବସରରେ ପ୍ରାୟତଃ ଆପଣ ଘରେ ଖିରି କରୁଥିବେ। କିନ୍ତୁ କେବେ ଆପଣ ନଡ଼ିଆ ଖିରି ଖାଇଛନ୍ତି କି? ଯଦି ନା’ ତେବେ ଆଜି ଆସନ୍ତୁ ଜାଣିବା ନଡ଼ିଆ ଖିରିର ପ୍ରସ୍ତୁତି ପ୍ରଣାଳୀ…

ନଡ଼ିଆ ଖିରି ପାଇଁ ଆବଶ୍ୟକୀୟ ଉପକରଣ:

୧୦ଟି ଗୋଲାପ ପାଖୁଡ଼ା, ୧୦୦ ଗ୍ରାମ୍‌ ଚାଉଳ, ୩ କପ୍‌ ନଡ଼ିଆ କ୍ଷୀର, ୧ କପ୍‌ କଣ୍ଡେନ୍ସଡ ମିଲ୍କ, ୨୦୦ ଗ୍ରାମ୍‌ ଖୁଆ, ୧ ଚାମଚ ଫୁଡ୍‌ କଲର, ୧୦୦ ଗ୍ରାମ୍‌ ପିସ୍ତା, ୫୦ ଗ୍ରାମ୍‌ ଅଖରୋଟ୍‌, ୧୦ ବୁନ୍ଦା ଗୋଲାପ ଜଳ, ୧ ଚାମଚ ପାନମଧୁରୀ ପାଉଡର,୧ ଚାମଚ ଅଳେଇଚ ଗୁଣ୍ଡ, ୧ ଚାମଚ ଡାଲଚିନି ଗୁଣ୍ଡ, ୩ ଚାମଚ ମହୁ, ଅଧ ଗ୍ରାମ୍‌ ନଡ଼ିଆ କ୍ରିମ୍‌

ପ୍ରସ୍ତୁତି ପ୍ରଣାଳୀ:

ନଡ଼ିଆ ଖିରି ବନାଇବା ପାଇଁ ପ୍ରଥମେ ଚାଉଳକୁ ଧୋଇ ୧୫ ମିନିଟ୍‌ ଯାଏଁ ଭିଜାଇ ରଖନ୍ତୁ। ଏବେ ଗ୍ୟାସ୍‌ରେ ଏକ ପାତ୍ର ବସାଇ ସେଥିରେ ନଡ଼ିଆ କ୍ଷୀର, କଣ୍ଡେନ୍ସଡ ମିଲ୍କ, ଚିନି, ଖୁଆ, ଡାଲଚିନି, ଅଳେଇଚ ଓ ପାନମଧୁରୀ ପାଉଡର ପକାଇ ଫୁଟାନ୍ତୁ। କ୍ଷୀର ଭଲ ଭାବେ ଫୁଟିଗଲେ ସେଥିରେ ଚାଉଳ ମିଶାଇ ଗୋଳାନ୍ତୁ। ଚାଉଳ ସିଝିଗଲା ପରେ ସେଥିରେ ପିସ୍ତା, ଅଖରୋଟ୍‌କୁ ମିଶାନ୍ତୁ। ଏବେ ଖିରିରେ ନଡ଼ିଆ କ୍ରିମ୍‌ ପକାଇ ଗୋଳାନ୍ତୁ। ଖିରି ଫୁଟି ଆସିଲେ ଗ୍ୟାସ୍‌ ବନ୍ଦ କରି ଦିଅନ୍ତୁ। ଏବେ ଏକ ବାଉଲ ନିଅନ୍ତୁ। ସେଥିରେ ଖିରିକୁ କାଢ଼ି ତା’ ଉପରେ ପିସ୍ତା, ଅଖରୋଟ୍‌, ଅଳ୍ପ ଗୋଲାପ ଜଳ ଓ ଗୋଳପା ପାଖୁଡ଼ାରେ ସଜାଇ ସର୍ଭ କରନ୍ତୁ ନଡ଼ିଆ ଖିରି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.