Below header

କଟକ: ବାଦାମବାଡ଼ି KFCରେ ସିଏମସିର ଚଢାଉ ନେଇ ପ୍ରତିକ୍ରିୟା ରଖିଲା କମ୍ପାନୀ, କହିଲା ଗ୍ରାହାକଙ୍କୁ କେବେ ବାସି ଖାଇବା ପରାଷାଯାଏ ନାହିଁ

କଟକ(କେନ୍ୟୁଜ୍):  ଗତକାଲି ସିଏମସି ପକ୍ଷରୁ କଟକ ବାଦାମବାଡ଼ିରେ ଥିବା KFCରେ ଚଢାଉ କରାଯାଇଥିଲେ । ଏହି  KFC ସେଣ୍ଟରେଥିବା ଏକ୍ସପାୟାର ଖାଦ୍ୟସବୁକୁ  ଲ୍ୟାବକୁ ପଠାଇଥିଲା ସିଏମସି ସ୍ବାସ୍ଥ୍ୟ ବିଭାଗ।

ଆଜି ଏନେଇ ନିଜର ପକ୍ଷ ରଖିଛି  KFC । ଏକ ଷ୍ଟେଟମେଣ୍ଟରେ KFC କହିଛି:-

KFC ଆଇନକୁ ସର୍ବାଧିକ ସମ୍ମାନ କରେ ଏବଂ ସରକାରୀ ନିୟମାବଳୀକୁ ପାଳନ କରେ। ଆମର ଫ୍ରାଞ୍ଚାଇଜ୍ ପାର୍ଟନର ସିଏମସିର  ଅଧିକାରୀମାନଙ୍କୁ  ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। ଆମ ପାଖରେ କଠୋର ପ୍ରକ୍ରିୟା ଅଛି ଯାହାହେଲା, KFC ରେଷ୍ଟୁରାଣ୍ଟଗୁଡିକରେ ଆମେ ପରିବେଷଣ କରୁଥିବା ଖାଦ୍ୟ ଏବଂ ପାନୀୟଗୁଡିକ ସର୍ବୋଚ୍ଚ ଗୁଣାତ୍ମକମାନ ପୂରଣ କରେ ଏବଂ ବ୍ୟବହାର ପାଇଁ ସମ୍ପୂର୍ଣ୍ଣ ନିରାପଦ ଅଟେ।  ଉତ୍ପାଦଗୁଡିକୁ ପରିତ୍ୟାଗ କରିବାକୁ ଆମେ ଏକ ଆନୁଷ୍ଠାନିକ ପ୍ରକ୍ରିୟା ଅନୁସରଣ କରୁ। ଯେଉଁ ଖାଇବା ଗୁଡ଼ିକର ସମାପ୍ତି ତାରିଖ ହୋଇଯାଇଛି  ଏବଂ ସମୟ ଅତିକ୍ରମ କରିଛି ସେଗୁଡିକ ଗ୍ରାହକଙ୍କୁ କଦାପି ପରିବେଷଣ କରାଯାଏ ନାହିଁ।

ଗତକାଲି  ସିଏମସି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବାଦାମବାଡି ଛକରେ ଥିବା କେଏଫସି ଷ୍ଟଲ ଉପରେ ଅଚାନକ ଚଢ଼ାଉ କରାଯାଇଥିଲା । ଷ୍ଟଲରୁ ବିପୁଳ ପରିମାଣ ର ଏକ୍ସପାରି ବ୍ରେଡ଼,ଓ ବିନା ତାରିଖ ରେ ପ୍ରସ୍ତୁତ ଆମିଷ ଖାଦ୍ୟ ଫ୍ରାଏ ରାଇସ କୁ ଟିମ ଜବତ କରି ଲାବକୁ ପଠାଇଛନ୍ତି।ଏହି ଷ୍ଟଲରେ ବାସୀ ଖାଦ୍ୟ ତଥା ନିମ୍ନ ମାନର ଖାଦ୍ୟ ବିକ୍ରି କରାଯାଉଥିବା ନେଇ ଗ୍ରାହକଙ୍କ ଅଭିଯୋଗ ହୋଇ ଆସୁଥିଲା। ଅଭିଯୋଗକୁ ଆଧାର କରି ଏହି ଚଢ଼ାଉ କରାଯାଇଥିବା ସିଏମସି ସ୍ବାସ୍ଥ୍ୟ ଅଧିକାରୀ ସୂଚନା ଦେଇଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.