କୋଭାକ୍ସିନ୍‌କୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସ୍ୱୀକୃତି, ଜରୁରୀକାଳୀନ ସ୍ଥିତିରେ ହୋଇପାରିବ ବ୍ୟବହାର

ଭାରତୀୟ ଟିକା କୋଭାକ୍ସିନ୍‌କୁ ଅନୁମତି ଦେଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା ଡବ୍ଲ୍ୟଏଚ୍‌ଓ। ଡବ୍ଲ୍ୟୁଏଚ୍‌ଓର ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ କୋଭାକ୍ସିନ୍‌କୁ ଜରୁରୀକାଳୀନ ସ୍ଥିତିରେ ବ୍ୟବହାର ପାଇଁ ଅନୁମତି ଦେଇଛି। ପୂର୍ବରୁ WHO ମାଗିଥିବା ଅତିରିକ୍ତ ତଥ୍ୟ ଦାଖଲ କରିଥିଲା ଭାରତ ବାୟୋଟେକ। ଅକ୍ଟୋବର ୨୬ରେ WHO ବୈଷୟିକ କମିଟି ବୈଠକ ପରେ ଭାରତ ବାୟୋଟେକକୁ ଅଧିକ ଡାଟା ମାଗିଥିଲା।

ସୂଚନାଯୋଗ୍ୟ ଯେ କୋଭାକ୍ସିନ୍‌କୁ ଜରୁରୀକାଳୀନ ସ୍ଥିତିରେ ବ୍ୟବହାର କରିବା ପାଇଁ ଡବ୍ଲୁଏଚଓ ନିକଟରେ ଭାରତ ବାୟୋଟେକ ଆବେଦନ କରିଥିଲା । ଏଥିପାଇଁ ଡବ୍ଲ୍ୟୁଏଚ୍‌ଓ ମାଗିଥିବା ସମସ୍ତ ତଥ୍ୟ ବାୟୋଟେକ ପର୍ଯ୍ୟାୟକ୍ରମେ ଦାଖଲ କରିଥିଲା। ଆଜି କୋଭାକ୍ସିନକୁ ଡବ୍ଲ୍ୟୁଏଚ୍‌ଓ ମାନ୍ୟତା ମିଳିଲା ପରେ ଏହି ଟିକାର ଦୁଇଟି ଡୋଜ ନେଇଥିବା ଭାରତୀୟଙ୍କୁ ବିଦେଶ ଯାତ୍ରା ପାଇଁ ଅନୁମତି ମିଳିବ। ପ୍ରକାଶ ଯେ ବର୍ତ୍ତମାନ ସୁଦ୍ଧା ଡବ୍ଲ୍ୟୁଏଚ୍‌ଓ ବିଶ୍ୱର ୬ଟି ଟିକାକୁ ଅନୁମୋଦନ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.