Below header

ବିନା ପିଆଜ ଟମାଟୋରେ ବନାନ୍ତୁ ଦହି ଆଳୁ,ସମସ୍ତଙ୍କୁ ଆସିବ ବହୁତ ପସନ୍ଦ

କଣ ଆପଣ ବିନା ପିଆଜ ରସୁଣରେ ତରକାରୀ କଣ ବନାଇବେ ଭାବୁଛନ୍ତି, କିନ୍ତୁ ଘରେ ଟମାଟୋ ନାହିଁ ତାହେଲେ କଣ କରିବେ। ଏମିତି ସ୍ଥିତିରେ ଆଦୌ ବି ବ୍ୟସ୍ତ ହୁଅନ୍ତୁନି। ଆମେ ଆପଣଙ୍କ ପାଇଁ ଆଣିଛୁ ଏକଦମ୍‌ ବେଷ୍ଟ ରେସିପି। ଯାହା ସ୍ୱାଦ ସହିତ ଜଲଦି ବି ପ୍ରସ୍ତୁତ ହୋଇଯିବ।

ଆବଶ୍ୟକ ସାମଗ୍ରୀ

ଦହି ଆଳୁ ବନାଇବା ପାଇର୍ ଆପଣ ପ୍ରଥମେ ଆଳୁକୁ ସିଝାଇ ଦିଅନ୍ତୁ। ତାରି ଭିତରେ ଦହିକୁ ଏକ ପାତ୍ରରେ ବାହାର କରି ରଖିଦିଅନ୍ତୁ। ଏହାପରେ ଦହିକୁ ଗ୍ରାଇଣ୍ଡରରେ ଚଲାଇ ଦିଅନ୍ତୁ। ଏଥିରେ ଆପଣଙ୍କୁ ଅଳ୍ପ ପାଣି ପକାଇବାକୁ ହେବ। ଦହିରେ ଆପଣ ହେଙ୍ଗୁ ବି ପକାଇ ଦିଅନ୍ତୁ ଏବଂ ସାଇଡରେ ରଖିଦିଅନ୍ତୁ। ସେତିକି ଭିତରେ ଆଳୁର ଚୋପା ଛଡାଇ ରଖିଦିଅନ୍ତୁ।

କେମିତି କରିବେ ପ୍ରସ୍ତୁତ

ଦହି ଆଳୁ ବନାଇବା ପାଇଁ ଏକ କଡାରେ ତେଲ ଗରମ କରନ୍ତୁ। ଏବେ ଏଥିରେ ଜିରା ଏବଂ ଲାଲ ଲଙ୍କା ପକାନ୍ତୁ। ଏହାକୁ ଫୁଟି ଆସିଲେ ଏଥିରେ ସମସ୍ତ ମସଲା ଯେମିତିକି ଲାଲ ଲଙ୍କା ପାଉଡର, ଧନିଆ ପାଉଡର, ହଳଦି ପାଉଡର ମିଶାଇ ଦିଅନ୍ତୁ। ଏହାକୁ ଭଲଭାବେ ଚଲାନ୍ତୁ ଏବଂ ସେଥିରେ ଆଳୁକୁ ହାତରେ ଖଣ୍ଡ ଖଣ୍ଡ କରିଦିଅନ୍ତୁ। ଏହାକୁ ଭଲଭାବେ ଚଲାନ୍ତୁ। ଆଳୁ ମସଲା ସହିତ ଭଲଭାବେ ମିଶିଗଲେ ଧିରେ ଧିରେ ଏହାକୁ ଦହି ମିଶାନ୍ତୁ। ଯେତେ ପର୍ଯ୍ୟନ୍ତ ଦହି ଫୁଟି ନ ଆସିଛି ସେତେ ପର୍ଯ୍ୟନ୍ତ ଏହାକୁ ଚଲାଉଥାନ୍ତୁ। ଯେତେବେଳେ ଦହି ଫୁଟି ଆସିବ ସେତେବେଳେ ଏଥିରେ ଲୁଣ ଏବଂ ଗରମ ମସଲା ମିକ୍ସ କରନ୍ତୁ। ଧନିଆ ପତ୍ର ସହ ଗାର୍ନିସ କରି ସର୍ଭ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.