ହିଜାବ ବ୍ୟାନ୍‌କୁ ବିରୋଧ କରିବାରୁ ୨୪ ଛାତ୍ରୀ ନିଲମ୍ବିତ! ପୁଣି ତେଜିଲା ବିବାଦ…ଜାଣନ୍ତୁ ସରକାରଙ୍କ ଗାଇଡ୍‌ଲାଇନ

କର୍ଣ୍ଣାଟକ: ଶ୍ରେଣୀଗୃହରେ ହିଜାବ ପିନ୍ଧିବା ଦାବିରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ୨୪ ଜଣ ଛାତ୍ରୀଙ୍କୁ କଲେଜରୁ ନିଲମ୍ବିତ କରି ଦିଆଯାଇଛି। କର୍ଣ୍ଣାଟକର ଉପ୍ପିନାଙ୍ଗଡ଼ୀ ଗଭର୍ଣ୍ଣମେଣ୍ଟ ଫାର୍ଷ୍ଟ ଗ୍ରେଡ୍‌ କଲେଜ ପ୍ରଶାସନ ଏହି ଛାତ୍ରୀମାନଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଛାତ୍ରୀମାନେ ସରକାରଙ୍କ ଗାଇଡ୍‌ଲାଇନ ପାଳନ କରି ନ ଥିବା ଅଭିଯୋଗ ରହିଛି।

ମିଳିଥିବା ସୂଚନା ମୁତାବକ, ସସ୍‌ପେଣ୍ଡ୍‌ ହୋଇଥିବା ଏହି ୨୪ ଜଣ ଛାତ୍ରୀ ଗତ ସପ୍ତାହରେ ହିଜାବ ପ୍ରତିବନ୍ଧକ ଏବଂ ସରକାରଙ୍କ ଆଦେଶ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେମାନେ ଶ୍ରେଣୀ ବର୍ଜନ କରିବା ସହିତ ହିଁ ବିକ୍ଷୋଭ କରିଥିଲେ।

ଏହାକୁ ନଜରରେ ରଖି କଲେଜ କମିଟି ଗାଇଡ୍‌ଲାଇନ ପାଳନ କରି ନ ଥିବା ସେହି ଛାତ୍ରୀମାନଙ୍କୁ ସସ୍‌ପେଣ୍ଡ୍‌ କରିବାକୁ ନିଷ୍ପତ୍ତି ନେଇଥିଲା। କହି ରଖୁଛୁ, କିଛି ଦିନ ପୂର୍ବରୁ ବି କର୍ଣ୍ଣାଟକରେ ୭ ଛାତ୍ରୀଙ୍କୁ ସସ୍‌ପେଣ୍ଡ୍‌ କରାଯାଇଥିଲା।

ସୂଚନାଥାଉ କି, କର୍ଣ୍ଣାଟକ ସରକାର ସ୍କୁଲ ଏବଂ କଲେଜଗୁଡ଼ିକ ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏଥିରେ ଛାତ୍ରଛାତ୍ରୀଙ୍କ ପାଇଁ ୟୁନିଫର୍ମ ପିନ୍ଧିବା ବାଧ୍ୟତାମୂଳକ କରି ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.