ଖାଇବାରେ ଆସିଯିବ ମଜା, ଏପରି ସହଜ ଉପାୟରେ ବନାନ୍ତୁ ଖଟା ମିଠା ଟମାଟୋ ଆଚାର

ଯଦି ଆଚାର ବିଷୟରେ କହିବା ତ ଭାରତର କୋଣ ଅନୁକୋଣରେ ଆପଣଙ୍କୁ ବିଭିନ୍ନ ପ୍ରକାରର ଅଲଗା ଅଲଗା ସ୍ୱାଦର ଆଚାର ମିଳିଯିବ। ପ୍ରତ୍ୟେକ ଭାରତୀୟଙ୍କ ଘରେ ଅଲଗା ଅଲଗା ଜିନିଷକୁ ନେଇ ଆଚାର ପ୍ରସ୍ତୁତ କରାଯାଏ। ତେବେ ଆଜି ଆମେ ଆପଣଙ୍କ ପାଇଁ ଆଣିଛୁ ଖଟା ମିଠା ଟମାଟୋ ଆଚାର ରେସିପି। ଜାଣନ୍ତୁ ଏହାକୁ କେମିତି କରିବେ ପ୍ରସ୍ତୁତ।

ମୁଖ୍ୟ ସାମଗ୍ରୀ

୨ଟି ଟମାଟୋ

ଆବଶ୍ୟକ ସାମଗ୍ରୀ

  • ଚିଲ୍ଲି ପାଉଡର – ଆବଶ୍ୟକ ଅନୁସାରେ
  • କଞ୍ଚା ବାଦାମ – ଆବଶ୍ୟକ ଅନୁସାରେ
  • ଗୋଟା ଜିରା – ଅଳ୍ପ
  • ଲୁଣ – ସ୍ୱାଦାନୁସାରେ
  • ରସୁଣ – ଅଳ୍ପ
  • ଗୋଟା ସୋରିଷ – ଆବଶ୍ୟକ ଅନୁସାରେ
  • ମେଥି – ଅଧା ଚାମଚ
  • ୩ ଛୋଟ ଚାମଚ ଚିନି

ପ୍ରସ୍ତୁତି ପ୍ରଣାଳୀ

ସର୍ବପ୍ରଥମେ ଏକ କଡା ନିଅନ୍ତୁ ଏବଂ ତାହାକୁ ଭଲଭାବେ ଗର କରନ୍ତୁ। ଏବେ ଏଥିରେ ମେଥି ପକାଇ କିଛି ମିନିଟ୍‌ ପର୍ଯ୍ୟନ୍ତ ଭାଜନ୍ତୁ। ଯେତେବେଳେ ମେଥି ଥଣ୍ଡା ହୋଇଯିବ ଏଥିରେ ସୋରିଷ ମିଶାଇ ଦିଅନ୍ତୁ। ଏବେ ଏହିସବୁକୁ ନେଇ ଗ୍ରାଇଣ୍ଡିଂ କରି ଏହାର ପାଉଡର ପ୍ରସ୍ତୁତ କରନ୍ତୁ।

ଏବେ ଆଉ ପ୍ୟାନ୍‌ ନିଅନ୍ତୁ। ପ୍ୟାନ ଗରମ ହେଲେ ସେଥିରେ କଟା ଟମାଟୋ ପକାନ୍ତୁ ଏବଂ କିଛି ସମୟ ଚାମଚରେ ଭାଜନ୍ତୁ। ଟମାଟୋରେ ସାମାନ୍ୟ ଲୁଣ ପକାଇ ଦିଅନ୍ତୁ। ଏବେ ଏହାକୁ ସେତେ ପର୍ଯ୍ୟନ୍ତ ଭାଜନ୍ତୁ ଯେତେ ପର୍ଯ୍ୟନ୍ତ ଏହା ନରମ ନ ହୋଇଛି। ଏହାପରେ ଏଥିରେ ସ୍ୱାଦାନୁସାରେ ଲୁଣ ପକାନ୍ତୁ ଏବଂ ସମସ୍ତ ସାମଗ୍ରୀକୁ ଭଲଭାବେ ମିଶାଇ ଦିଅନ୍ତୁ।

ଏହାପରେ ଏଥିରେ ପେଶା ହୋଇଥିବା ସୋରିଷ ମେଥି ପାଉଡରକୁ ଉପରେ ପକାନ୍ତୁ। ଏବେ ଲାଲ ଲଙ୍କା ପକାି ଚାମଚରେ ଭଲଭାବେ ଗୋଳାଇ ଦିଅନ୍ତୁ। ଆପଣଙ୍କ ଖଟା ମିଠା ଟମାଟୋ ଆଚାର ପ୍ରସ୍ତୁତ ହୋଇଗଲା। ଏହାକୁ ଆପଣ ଏକ ଏୟାର ଟାଇଟ ଡବା ବା କଣ୍ଟେନରରେ ଷ୍ଟୋର କରି ରଖିପାରିବେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.