ବାଇକ୍‌ ଉପରେ ବସିଥିବାବେଳେ ମାଡ଼ିଗଲା କାର୍‌: ସିସିଟିଭିରେ କଏଦ ହେଲା ଲୋମଟଙ୍କୁରା ଦୁର୍ଘଟଣା

ମୋହନା(କେନ୍ୟୁଜ୍):ବାଇକ୍‌ରେ ବସିଥିବାବେଳେ ମାଡ଼ିଗଲା କାର୍‌। ସିସିଟିଭିରେ କଏଦ୍‌ ପୁରା ଦୁର୍ଘଟଣାର ଦୃଶ୍ୟ। ଗଜପତି ଜିଲ୍ଲା ମୋହନା ଥାନା ଚନ୍ଦ୍ରଗିରିରେ ଦୁର୍ଘଟଣା। ରାସ୍ତା କଡରେ ବାଇକ୍‌ରେ ବସିଥିବାବେଳେ ଦୁଇ ଜଣଙ୍କ ଉପରେ ଅଚାନକ୍‌ ମାଡିଗଲା କାର। ଆର୍‌ ଉଦୟଗିରିରୁ ବ୍ରହ୍ମପୁର ଅଭିମୁଖେ ଆସୁଥିବାବେଳେ କାର୍‌ଟି ଦୁଇ ଜଣଙ୍କ ଉପରେ ମାଡିଯାଇଥିଲା।

ଦୁର୍ଘଟଣାରେ ଗୁରୁତର ଆହତ ଚନ୍ଦ୍ରଗିରି ଗାଁର କାଳୁଚରଣ ବେହେରା ଓ ଜିତେନ୍ଦ୍ର ମହାଙ୍କୁଡ଼ଙ୍କୁ ଚନ୍ଦ୍ରଗିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ବ୍ରହ୍ମପୁର MKCG ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣା ଘଟାଇଥିବା କାର ସହ ଚାଳକକୁ ଖଣ୍ଡଗିରି ପୋଲିସ ଅଟକ ରଖି ପଚରାଉଚରା କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.