କେଶକୁ କଣ୍ଡିସିନିଂ କରିବା ପାଇଁ ବ୍ଯବହାର କରନ୍ତୁ କ୍ଷୀର, କରିବାକୁ ପଡିବନି ପଇସା ଖର୍ଚ୍ଚ

ସୁନ୍ଦର ଦେଖାଯିବା ପାଇଁ କେଶ ମଧ୍ୟ ସୁନ୍ଦର ହେବା ଜରୁରୀ। ସମସ୍ତଙ୍କୁ ସିଲ୍କ, ସଫ୍ଟ ଏବଂ ସାଇନିଂ କରୁଥିବା କେଶ ବହୁତ ପସନ୍ଦ। କେଶକୁ ସିଲ୍କ ଏବଂ ସଫ୍ଟ କରିବା ପାଇଁ ଯୁବତୀମାନେ କେଶରେ କଣ୍ଡିସନର ବ୍ଯବହାର କରନ୍ତି। ମାର୍କେଟରେ ଅନେକ ପ୍ରକାର କଣ୍ଡିସନର ମିଳିଥାଏ, କିନ୍ତୁ ଅନେକ ଥର ମାର୍କେଟରେ ମିଳୁଥିବା କଣ୍ଡିସନର କେଶକୁ କ୍ଷତି ପହଞ୍ଚାଏ। ଏମିତିରେ ଘରେ କଣ୍ଡିସନର ବନାଇ କେଶକୁ କଣ୍ଡିସନିଂ କରିପାରିବେ। ଏଥିପାଇଁ କ୍ଷୀରକୁ ବ୍ଯବହାର କରିପାରିବେ। ତେବେ ଆସନ୍ତୁ ଜାଣିବା କିପରି କ୍ଷୀରକୁ ବ୍ଯବହାର କରି କେଶକୁ କଣ୍ଡିସନିଂ କରିପାରିବେ।

କ୍ଷୀର ଏବଂ ଲେମ୍ବୁ ରସରେ ବନାନ୍ତୁ କଣ୍ଡିସନର: ଏଥିପାଇଁ ଆପଣଙ୍କୁ ଅଧା କପ କଞ୍ଚା କ୍ଷୀର ନିଅନ୍ତୁ। ଏବେ ଏଥିରେ ଏକ ବଡ ଚାମଚ ଲେମ୍ବୁ ରସ ମିଶାନ୍ତୁ ଏବଂ ଏହାକୁ ଭଲଭାବେ ମିଶାଇ ଦିଅନ୍ତୁ। ଏହି ମିଶ୍ରଣକୁ ଶାମ୍ପୁ କରିବା ପରେ କେଶରେ ଲଗାଇ ୨୦ ମିନିଟ ଛାଡିଦିଅନ୍ତୁ। ତା’ ପରେ ୫ ମିନିଟ୍ ମୁଣ୍ଡକୁ ଭଲ ଭାବେ ମସାଜ କରି ନର୍ମାଲ ପାଣିରେ ଧୋଇଦିଅନ୍ତୁ।

milk
photo credit: TOI

 

କ୍ଷୀର-ମହୁ: ଅଧା କପ କ୍ଷୀରରେ ଦୁଇ ଚାମଚ ମହୁ ମିଶାଇ ଭଲ ଭାବେ ମିକ୍ସ କରିଦିଅନ୍ତୁ। ଶାମ୍ପୁ କରିବା ପରେ ଏହି ମିଶ୍ରଣକୁ କେଶ ଏବଂ କେଶ ମୂଳରେ ଭଲ ଭାବେ ଲଗାଇବା ପରେ ୫ ମିନିଟ୍ ମସାଜ କରନ୍ତୁ। ଏହାକୁ ୨୦ ମିନିଟ ରଖିବା ପରେ ଧୋଇଦିଅନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.