କଣ ଆପଣ ପାମ୍ପଡ କଡି ଟେଷ୍ଟ କରିଛନ୍ତି ? ଯଦି ନା, ତାହେଲେ ଏପରି ସହଜରେ କରନ୍ତୁ ପ୍ରସ୍ତୁତ୍‌

ଆବଶ୍ୟକ ସାମଗ୍ରୀ

ପାମ୍ପଡ, ଦହି, ବେସନ, ଲାଲ ଲଙ୍କା, ମେଥି ଦାନା, ଲୁଣ, ସୋରିଷ, ଲାଲ ଲଙ୍କା ପାଉଡର, ହେଙ୍ଗୁ ପାଉଡର, ଧନିଆ ପାଉଡର, କିଚେନ କିଙ୍ଗ୍‌ ମସଲା, ଧନିଆ ପତ୍ର ଏବଂ ତେଲ ।

ପ୍ରସ୍ତୁତି ପ୍ରଣାଳୀ

ଏହାକୁ ବନାଇବା ପାଇଁ ସର୍ବପ୍ରଥମେ ପାମ୍ପଡକୁ ସେକି ଦିଅନ୍ତୁ । ଏହାବ୍ୟତୀତ ଦହିକୁ ଭଲଭାବେ ଫେଣ୍ଟି ଦିଅନ୍ତୁ ଏବଂ ଏଥିରେ ବେସନ ମିଶାଇ ଦିଅନ୍ତୁ । ଏହାକୁ ଭଲଭାବେ ମିକ୍ସ କରନ୍ତୁ ଯେପରି ଏହା ଭଲଭାବେ ମିକ୍ସ ହୋଇଯିବ । ଏହାଛଡା ଆପଣ ଏକ ଗିନା ପାଣି ନିଅନ୍ତୁ ଏବଂ ଏଥିରେ ହେଙ୍ଗୁ ଭିଜାଇ ଦିଅନ୍ତୁ । ଏମିତି କଲେ କଡିର ସ୍ୱାଦ ବହୁତ ଭଲଭାବେ ଗୋଳାଇ ହୋଇଯାଏ।

ଏବେ କଡି ପାଇଁ ତଡକା ପ୍ରସ୍ତୁତ କରନ୍ତୁ । ଏଥିପାଇଁ ଏକ କଡାରେ ତେଲ ଗରମ କରନ୍ତୁ ଏବଂ ତାପରେ ମେଥି ଦାନା, ଗୋଟା ଲାଲ ଲଙ୍କା ଏବଂ ସୋରିଷ ତେଲ ପକାନ୍ତୁ । ଭଲଭାବେ ଫୁଟିଆସିବା ପରେ ଆପଣ ଏଥିରେ କେବଳ ଲୁଣକୁ ଛାଡି ବାକି ସମସ୍ତ ଜିନିଷକୁ ପକାନ୍ତୁ । ଏଥିରେ ହେଙ୍ଗୁ ପାଣି ପକାନ୍ତୁ ଏବଂ ଏହାପରେ ମଧ୍ୟମ ଆଞ୍ଚରେ ଚଲାନ୍ତୁ । ଯେତେବେଳେ ମସଲାରୁ ସମସ୍ତ ତେଲ ଉପରକୁ ଆସିଯିବ ସେତେବେଳେ ଏଥିରେ ବେସନ ମିଶାଇ ଦହି ପକାନ୍ତୁ । ଏବେ ଠିକ ସମୟରେ ପାଣି ପକାଇ ପାରିବେ ।

ଏବେ ଏହାକୁ ଗୋଟିଏ ଦିଗରେ ଭଲଭାବେ ଚଲାନ୍ତୁ । ଯେତେବେଳେ ପର୍ଯ୍ୟନ୍ତ ଏହା ଫୁଟି ନଆସିଛି ସେତେ ପର୍ଯ୍ୟନ୍ତ ଏହାକୁ ଆଞ୍ଚରେ ବସାନ୍ତୁ । ଏହା ଫୁଟି ଆସିଲେ ଏଥିରେ ପାମ୍ପଡ ପକାଇ ଦିଅନ୍ତୁ । ଭଲଭାବେ ଫୁଟିଗଲା ପରେ ଏଥିରେ ଲୁଣ ଏବଂ କିଚେନ କିଙ୍ଗ ମସଲା ପକାନ୍ତୁ । ଏହାକୁ ଧନିଆ ପତ୍ରରେ ଗାର୍ନିସ କରି ସର୍ଭ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.