Below header

ଏଣିକି ଟୋଲ ପ୍ଲାଜା କି ଫାସ୍‌ଟ୍ୟାଗ୍‌ ନୁହେଁ, ସିଧାସଳଖ ଆକାଉଣ୍ଟରୁ କଟିବ ଟୋଲ ଟ୍ୟାକ୍ସ

ଏଣିକି ଟୋଲ ପ୍ଲାଜାରେ ଟ୍ୟାକ୍ସ ଦେବା ପାଇଁ ଆଉ ଅଟକାଇବାକୁ ପଡ଼ିବନି ଗାଡ଼ି। ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ଖୁବ୍‌ଶୀଘ୍ର ସମସ୍ତ ଟୋଲ ପ୍ଲାଜା ଓ ଫାସ୍‌ ଟ୍ୟାଗ୍‌କୁ ଶେଷ କରିବାକୁ ଯୋଜନା କରୁଛନ୍ତି। ଫାସ୍‌ ଟ୍ୟାଗ୍‌ ବଦଳରେ ଏବେ ଲୋକଙ୍କ ଆକାଉଣ୍ଟରୁ ଟଙ୍କା କଟିବ। ଫଳରେ ରାସ୍ତାରେ ଯିବା ବେଳେ ଆଉ ଅଟକିବାକୁ ପଡ଼ିବ ନାହିଁ।

ଏହି ଯୋଜନାକୁ କାର୍ଯ୍ୟକାରୀ କରିବାକୁ ଏକ ପାଇଲଟ୍‌ ପ୍ରୋଜେକ୍ଟ ଆରମ୍ଭ ହୋଇଛି। ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତୀନ ଗଡ଼କରୀଙ୍କ ମୁତାବକ, ସରକାର ଭାରତର ଜାତୀୟ ରାଜପଥରୁ ଟୋଲ ପ୍ଲାଜା ହଟାଇବାକୁ ଯୋଜନା କରୁଛନ୍ତି। ଏହି ଯୋଜନା କାର୍ଯ୍ୟକାରୀ ହେବା ପରେ ଗାଡ଼ି ନମ୍ବର ପ୍ଲେଟର ଫଟୋ କ୍ୟାମେରାରେ ଉଠା ହେବା ପରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟୋଲ ଟଙ୍କା କଟିଯିବ।

କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତୀନ ଗଡ଼କରୀ କହିଛନ୍ତି, ୨୦୧୯ ମସିହାରେ ଆମେ ଏକ ନିୟମ କରିଥିଲୁ ଯେ କାର କମ୍ପାନୀ-ଫିଟେଡ୍‌ ନମ୍ବର ସହ ଆସିବ। ଏଣୁ ଗତ ୪ ବର୍ଷ ମଧ୍ୟରେ ଯେଉଁ ଗାଡ଼ି ଆସିଛି ସେଥିରେ ଭିନ୍ନ ଭିନ୍ନ ନମ୍ବର ପ୍ଲେଟ ରହିଛି। ସେ କହିଛନ୍ତି, ଏବେ ଟୋଲ ପ୍ଲାଜାକୁ ହଟାଇ କ୍ୟାମେରା ଲଗାଇବାକୁ ଯୋଜନା ହେଉଛି। ଏହି କ୍ୟାମେରା ଏଣିକି ଗାଡ଼ିର ନମ୍ବର ପ୍ଲେଟ୍‌କୁ ପଢ଼ିବ ଓ ସିଧାସଳଖ ବ୍ୟାଙ୍କ ଆକାଉଣ୍ଟରୁ ଟୋଲ ଟ୍ୟାକ୍ସ କାଟିବ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ।

Also Read: ହସ୍ପିଟାଲରେ ସବୁ ସୀମା ଟପିଲେ ରାଜୁ ଶ୍ରୀବାସ୍ତବଙ୍କ ଫ୍ୟାନ୍‌, ବିନା ଅନୁମତିରେ ଆଇସିୟୁରେ ପଶି ନେଉଥିଲେ ସେଲ୍‌ଫି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.