ଧନିଆ ପତ୍ର ଫ୍ଲେବର ସହ ଏପରି ପ୍ରସ୍ତୁତ କରନ୍ତୁ ଚଟପଟା ଗ୍ରିଲ ଚିକେନ୍‌, ଟେଷ୍ଟ ପୂରା ଲାଜବାବ୍‌

ଗରମ ଗରମ ଗ୍ରିଲ ଚିକେନ୍‌ ଏହି ଶୀତ ଦିନରେ ଏକଦମ୍‌ ଅଲଗା ପ୍ରକାର ମଜା ଆଣିବ। ଥରେ ଯଦି ଏହାର ବାସ୍ନା ଆପଣ ଶୁଣିଦେଲେ ନା ରେସିପିକୁ ନଚାଖି ରହିପାରିବେନି। ଆପଣ ଏହାକୁ ଅତିଥିଙ୍କୁ କିମ୍ବା କୌଣସି ପାର୍ଟିିର ମେନ୍ୟୁରେ ବି ସାମିଲ କରିପାରିବେ। ତାହେଲେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

  • ୩୦୦ ଗ୍ରାମ୍‌ ଚିକେନ୍‌
  • ୧ ବଡ ଚାମଚ ଦହି
  • ୧ ଚାମଚ ଲାଲ ଲଙ୍କା ପାଉଡର
  • ୧/୨ ଚାମଚ ହଳଦି ପାଉଡର
  • ଅଧା ଲେମ୍ବୁ ରସ
  • ୨ ଚାମଚ ଅଦା-ରସୁଣ ପେଷ୍ଟ
  • ୧ ଚାମଚ୍‌ ଗରମ ମସଲା
  • ସ୍ୱାଦାନୁସାରେ ଲୁଣ
  • ୧ ଚାମଚ ତେଲ

ପ୍ରସ୍ତୁତି ପ୍ରଣାଳୀ

  1. ସର୍ବପ୍ରଥମେ ଚିକେନକୁ ଭଲଭାବେ ଧୋଇ ଦିଅନ୍ତୁ।
  2. ଏବେ ଏକ ପାତ୍ରରେ ସମସ୍ତ ମସଲାକୁ ମିଶାଇ ଭଲଭାବେ ହାତ ସାହାଯ୍ୟରେ ମିକ୍ସ କରନ୍ତୁ।
  3. ମସଲାକୁ ଭଲଭାବେ ମିଶାଇଦେବା ପରେ ଚିକେନକଚ ୧୫ ମିନିଟ୍‌ ପାଇଁ ମ୍ୟାରିନେଟ୍‌ ପାଇଁ ରଖି ଦିଅନ୍ତୁ।
  4. ଏବେ ଗ୍ରିଲରରେ ଚିକେନେକୁ ୩୫୦ ଡିଗ୍ର୍ରୀ ସେଲସିୟସରେ ୧୫ ମିନିଟ୍‌ ଗ୍ରିଲ୍‌ କରନ୍ତୁ।
  5. ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କର ଗ୍ରୀଲଡ୍‌ ଚିକେନ।
  6. ଏହା ଉପରେ କଟା ଧନିଆ ପତ୍ର, ଚାଟ ମସଲା ଏବଂ ଲେମ୍ବୁ ରସ ପକାଇ ଚାଖନ୍ତୁ।
  7. ଦେଖିବେ ମଜା ପୂରା ଅଲଗା ପ୍ରକାର ଲାଗିବ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.