୬ ମାସ ଯାଏଁ ଖରାପ ହେବନି ଅଣ୍ଡା, ଏହି ଉପାୟରେ ବିନା ଫ୍ରିଜ୍‌ରେ ସହଜରେ କରନ୍ତୁ ଷ୍ଟୋର

ଅଣ୍ଡାର ବ୍ୟବହାର ବିଭିନ୍ନ କାମ ପାଇଁ ହୋଇଥାଏ। କିଛି ଲୋକ ଏହାକୁ ଖାଇଥାନ୍ତି ତ ଆଉ କିଛି ମୁଣ୍ଡରେ ଓ ତ୍ୱଚାରେ ଲଗାଇଥାନ୍ତି। ଏହି କାରଣରୁ ଲୋକେ ବଜାରରୁ ଡଜନେ ଅଣ୍ଡା କିଣି ଆଣିଥାନ୍ତି। କିନ୍ତୁ ଯଦି ଅଣ୍ଡାକୁ ଠିକ୍‌ ଭାବେ ରଖାନଯାଏ ତେବେ ତାହା ନଷ୍ଟ ହେବା ଆଶଙ୍କା ରହିଛି। କିଛି ଦିନ ରହିବ ପରେ ଏଥିରୁ ଦୁର୍ଗନ୍ଧ ବାହାରିଥାଏ ଓ ରଙ୍ଗ ମଧ୍ୟ କଳା ପଡ଼ିଯାଏ। ତେବେ ଆଜି ଆସନ୍ତୁ ଜାଣିବା ବିନା ଫ୍ରିଜ୍‌ରେ ଅଣ୍ଡାକୁ ଦୀର୍ଘ ଦିନ ଯାଏଁ ଷ୍ଟୋର କରିବାର ସହଜ ଉପାୟ…

ପ୍ରଥମେ ଅଣ୍ଡାକୁ ପାଣିରେ ଭଲ ଭାବେ ଧୋଇ ଏକ ପତଳା କପଡ଼ାରେ ପୋଛି ଦିଅନ୍ତୁ। ପରେ ହାତରେ କିଛି ବେବି ଅଏଲ ଲଗାଇ ଅଣ୍ଡା ସାରା ଲେପ ଭଳି ଲଗାଇଦିଅନ୍ତୁ। ଏବେ ଅଣ୍ଡାକୁ ଟ୍ରେରେ ପବନ ଆତଯାତ ହେଉଥିବା ସ୍ଥାନରେ ରଖନ୍ତୁ। ଅଣ୍ଡାକୁ ଏଭଳି ରଖିଲେ ତାହା ଦୀର୍ଘ ଦିନ ଯାଏଁ ଭଲ ରହିବ।

ଅଣ୍ଡାକୁ ଷ୍ଟୋର କରିବା ପାଇଁ ଆଉ ଏକ ଉପାୟ ହେଉଛି ଏହାକୁ ପରିଷ୍କାର କରି ଲୁଣରେ ପୂରାଇ ଦିଅନ୍ତୁ, ଯେମିତି ଅଣ୍ଡା ସମ୍ପୂର୍ଣ୍ଣ ଭାବେ ଲୁଣରେ ଲୁଚିଯିବ। ଅଣ୍ଡାକୁ ଏମିତି ରଖିଲେ ତାହା ୧୫ ଦିନ ଯାଏଁ ସତେଜ ରହିବ। କିନ୍ତୁ ଧ୍ୟାନ ରଖିବେ ମଝିରେ ମଝିରେ ତାହାକୁ ତଳ ଉପର କରୁଥିବେ।

ଅଣ୍ଡାକୁ ସାଇତିବାର ଆଉ ଏକ ଉପାୟ ହେଉଛି ଅଣ୍ଡାକୁ ପରିଷ୍କାର କରିବା ପରେ ତା’ ଉପରେ ଭେସଲିନ୍‌ ବୋଳି ଦିଅନ୍ତୁ। ଏହି ଉପାୟରେ ଅଣ୍ଡା ରଖିଲେ ତାହା ୬ ମାସ ଯାଏଁ ଫ୍ରେସ୍‌ ରହେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.