ଅଧାରେ ଅଟକିଲା ଆଇ ଇନ୍‌ ସ୍କାଏ GISAT-1 EOS-03, କ୍ରାୟୋଜନିକ ଇଞ୍ଜିନରେ ତ୍ରୁଟି କାରଣରୁ ମିଶନ୍‌ ଫେଲ୍

ଶ୍ରୀହରିକୋଟା: ଅଧାରେ ଅଟକିଲା ଆଇ ଇନ୍‌ ସ୍କାଏ ମିଶନ । କ୍ରାୟୋଜନିକ ଇଞ୍ଜିନରେ ତ୍ରୁଟି କାରଣରୁ ମିଶନ୍‌ ଫେଲ ହୋଇଛି। ଶ୍ରୀହରିକୋଟା ଅନ୍ତରୀକ୍ଷ କେନ୍ଦ୍ରରୁ ସକାଳ ୫ଟା ୪୩ ମିନିଟ୍‌ରେ ଲଞ୍ଚ ହୋଇଥିଲା ଭାରତର ‘ଆଇ ଇନ୍‌ ଦ ସ୍କାଏ’ GISAT-1 EOS-03। ସମସ୍ତ ଷ୍ଟେଜ ସଫଳ ହେବାରେ ଲାଗିଥିଲା।

ମାତ୍ର ଶେଷରେ କ୍ରାୟୋଜନିକ ଇଞ୍ଜିନରେ ତ୍ରୁଟି କାରଣରୁ ଇସ୍ରୋକୁ ସୂଚନା ମିଳିବା ବନ୍ଦ ହୋଇଯାଇଥିଲା। ସାରା ବିଶ୍ୱର ନଜର ଏହି ମିଶନ ଉପରେ ରହିଥିଲା। ଏହାଦ୍ୱାରା ଦ୍ୱାରା ବନ୍ୟା, ଭୂସ୍ଖଳନ, ବାତ୍ୟା ସମ୍ପର୍କରେ ସୂଚନା ମିଳିପାରିଥାନ୍ତା। ବାତ୍ୟା ଓ ବନ୍ୟାର ରିଅଲ ଟାଇମ୍‌ ସୂଚନା ଦେଇପାରିଥାନ୍ତା ଏହି ସାଟେଲାଇଟ୍‌ । ପ୍ରାକୃତିକ ବିପର୍ଯ୍ୟୟ ସମୟରେ ତୁରନ୍ତ ଉଦ୍ଧାର କାର୍ଯ୍ୟ କରିବାରେ ସହଜ ହୋଇଥାନ୍ତା। ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.