Below header

ଗରମରୁ ମୁକ୍ତି ପାଇବାକୁ ନିନ୍‌ଜା ଟେକ୍ନିକ୍‌ ଆପଣାଇଲା କୁକୁର, ସିଧା ଯାଇ ଶୋଇଗଲା ଫ୍ରିଜ୍‌ରେ; ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆରେ ପ୍ରାୟ ସବୁଦିନ କିଛି ନା କିଛି ମନଛୁଆଁ ଓ ସୁନ୍ଦର ଭିଡିଓ ଭାଇରାଲ ହୋଇଥାଏ। ଏଥିରୁ କେତେକ ଭିଡିଓ ଜୀବଜନ୍ତୁଙ୍କର ମଧ୍ୟ ରହିଥାଏ, ଯାହାକୁ ଲୋକମାନେ ଖୁବ୍‌ ପସନ୍ଦ କରନ୍ତି। ଖାସ୍‌ କରି ଅଧିକାଂଶ କୁକୁରଙ୍କର ମଜାଦାର ଭିଡିଓ ଭାଇରାଲ ହୋଇଥାଏ। ଏବେ ସେଭଳି ଏ କୁକୁରର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯାହା ଦେଖିଲେ ଆପଣଙ୍କ ମନ ଖୁସି ହୋଇଯିବ।

ଏବେ ଭାଇରାଲ ହେଉଥିବା ଭିଡିଓରେ ଏକ କୁକୁର ଗରମରୁ ବର୍ତ୍ତିବାକୁ ବଢ଼ିଆ ଯୁଗାଡ଼ କରିଥିବା ଦେଖାଯାଇଛି। କୁକୁରକୁ ପ୍ରବଳ ଗରମ ହେବାରୁ ସେ ଫ୍ରିଜ୍‌ ଖୋଲି ତା’ ଭିତରେ ଆରାମ କରୁଥିବା ଦେଖାଯାଇଛି। ଇଣ୍ଟରନେଟ୍‌ରେ ଏହି କ୍ୟୁଟ୍‌ ଭିଡିଓ ଖୁବ୍‌ ଭାଇରାଲ ହେଉଛି ଓ ଲୋକେ ବି ବେଶ୍‌ ପସନ୍ଦ କରୁଛନ୍ତି।

ଦେଖନ୍ତୁ ଭିଡିଓ:

 

View this post on Instagram

 

A post shared by Instagram (@instagram)


ଇନ୍‌ଷ୍ଟାଗ୍ରାମ୍‌ରେ ଏହି ଭିଡିଓକୁ ସେୟାର କରାଯାଇଛି। ଏବେ ଯାଏଁ ଏହି ଭିଡିଓରେ ୧୧ ଲକ୍ଷ ଲୋକ ଲାଇକ୍‌ କରିଥିବା ବେଳେ ପ୍ରାୟ ୨୭ ହଜାର କମେଣ୍ଟ ଆସିଛି। ସମସ୍ତେ କୁକୁରର ବୁଦ୍ଧିକୁ ଖୁବ୍‌ ପ୍ରଶଂସା କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.