ଶୁଖିବନି କି ସଢିବନି ଅଦା, ଏମିତି କରିପାରିବେ ମାସ ମାସ ପର୍ଯ୍ଯନ୍ତ ଷ୍ଟୋର

ସକାଳ ଚା’ ହେଉ ଅବା ରାତିର ଖାଇବା, ଅଦା କୌଣସି ଖାଦ୍ୟର ଟେଷ୍ଟକୁ ବଢାଇଥାଏ। ଅଦା ଏମିତି ଏକ ସୁପରଫୁଡ, ଯାହା ଖାଇବାକୁ ସ୍ବାଦିଷ୍ଟ କରିବା ସହ ଶରୀରର ପାଇଁ ଲାଭକାରୀ ହୋଇଥାଏ। ଥଣ୍ଡା ଦିନରେ ଅଦା ବିନା କୌଣସି ଖାଦ୍ୟ ପ୍ରସ୍ତୁତ କରିବା ବେଶ କିଛି ଟେଷ୍ଟ ଦେଇନଥାଏ। କେବଳ ଏତିକି ନୁହେଁ, ଥଣ୍ଡା- ଜ୍ବର ହେବା ଦ୍ବାରା ଅଦା ଖାଇବା ଦ୍ବାରା ଲାଭ ମିଳିଥାଏ।

ଅନେକ ଗୁଣରେ ଭରପୂର ଅଦାକୁ ଘରେ ଷ୍ଟୋର କରି ରଖିବା ସହଜ କଥା ନୁହେଁ। ଅଦା ବହୁତ ଜଲଦି ଶୁଖିଯାଏ ଆଉ କେବେ କେବେ ସଢିଯାଏ ମଧ୍ୟ। ଏଥିପାଇଁ ଅଦାକୁ କିପରି ଘରେ ଷ୍ଟୋର କରିବେ ଆସନ୍ତୁ ଜାଣିବା…

ଅଧିକାଂଶ ଲୋକ ପନିପରିବା ଜିନିଷ କିଣିବା ବେଳେ ଅଧିକ ଅଦା କିଣିଦିଅନ୍ତି। ଆଉ ତାକୁ ଫ୍ରିଜରେ ରଖିଦିଅନ୍ତି। କିଛିଦିନ ପରେ ଏହା ଶୁଖିଯାଏ, ଆଉ ଏହାର ସ୍ବାଦ ଖରାପ ହୋଇଯାଏ। ତା’ ପରେ ଅଦାକୁ ଆମେ ଫୋପାଡି ଥାଉ। ଯଦି ଆପଣ ମଧ୍ୟ ଏମିତି କରୁଥାନ୍ତି, ତେବେ ଆମେ ଜଣାଇବୁ କିପରି ଆପଣ ଅଦାକୁ ଷ୍ଟୋର କରିବେ।

ginger

ଅଦାକୁ ଅଧିକ ଦିନ ଷ୍ଟୋର କରି ରଖିବା ପାଇଁ ବଜାରରୁ କିଣିବା ସମୟରେ ସବୁବେଳେ ଶୁଖିଲା ଏବଂ ସଫା ସୁତରା ଅଦା କିଣନ୍ତି। ଅଦାରେ ମାଟି ଲାଗିଥାଏ, ତେବେ ଭଲ ଭାବେ ଧୋଇ ଏହାକୁ ଶୁଖାଇଦିଅନ୍ତୁ। ଓଦା ଅଦା ଜଲଦି ଖରାପ ହୋଇଯାଏ।

ଫ୍ରିଜରେ କିଛି ଲୋକ ଅଦା ରଖନ୍ତି। ତେବେ ଏହାକୁ ରଖିବା ଉଚିତ ନୁହେଁ। ଅଦାକୁ ଚୋପା ନ ଛଡାଇ ଜିପ ଲକ୍ ବ୍ୟାଗ ଭିତରେ ରଖନ୍ତୁ। ଏହା ଭିତରୁ ପବନ ବାହାର କରିଦିଅନ୍ତୁ। ଏହାଛଡା ପେପର ବ୍ୟାଗ, ପେପର ଟାୱେଲରେ ଓଦାକୁ ଗୋଡେଇ ରଖନ୍ତୁ।

ଏହାଛଡା ଅଦାକୁ ଧୋଇ ଭଲଭାବେ ପେଷ୍ଟ କରଦିଅନ୍ତି। ତା’ ପରେ ଏହାକୁ ଆଇସଟ୍ରେରେ ରଖି ଦିଅନ୍ତୁ। ଯେତେବେଳେ ଦରକାର ବ୍ୟବହାର କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.