Below header

ଟାଙ୍ଗୀ ଥାନା ବଇଚୁଆଁ ୧୬ନଂ ଜାତୀୟ ରାଜପଥରେ କଣ୍ଟେନରକୁ ପିଟିଲା ଆମ୍ବୁଲାନ୍ସ : ୩ମୃତ, ୨ ଗୁରୁତର

ଚୌଦ୍ବାର: କଣ୍ଟେନରକୁ ପିଟିଲା ଆମ୍ବୁଲାନ୍ସ । କଟକ ଜିଲ୍ଲା ଟାଙ୍ଗୀ ଥାନା ବଇଚୁଆଁ ୧୬ ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ । ଅନ୍ୟ ୨ ଗୁରୁତରଙ୍କୁ SCB ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ପଶ୍ଚିମବଙ୍ଗରୁ କଟକ ବଡ ମେଡିକାଲକୁ ଚିକିତ୍ସା ପାଇଁ ଯାଉଥିବା ବେଳେ ଅଘଟଣ ଘଟିଛି । ଅଗ୍ନିଶମ ବାହିନୀ ଓ ଟାଙ୍ଗୀ ପୋଲିସ ଉଦ୍ଧାରକାର୍ଯ୍ୟ ଜାରି ରଖିଛି । ବେଆଇନ ଭାବେ ଜାତୀୟ ରାଜପଥ ଉପରେ ଏକ କଣ୍ଟେନର ଠିଆହୋଇଥିବା ମେଦିନିପୁରରୁ କଟକ ରୋଗୀ ନେଇ ଯାଉଥିବା ଆମ୍ବୁଲାନ୍ସ ଭାରସାମ୍ୟ ହରାଇ ଧକ୍କା ଦେବାରୁ ଦୁର୍ଘଟଣା ଘଟିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.