ଗରମ ପାଣି ବାମ୍ଫ ନେବା ସମୟରେ କରନ୍ତୁ ନାହିଁ ଏହି ଭୁଲ, ନଚେତ ହୋଇପାରନ୍ତି କରୋନା ସଂକ୍ରମିତ

କରୋନା ଭାଇରସରୁ ରକ୍ଷା ପାଇଁ ଅନେକ ଘରୋଇ ଉପାୟ ଆପଣାଉଛନ୍ତି। ଉଷୁମ ପାଣିଠୁ ଆରମ୍ଭ କରି କାଢ଼ା ପର୍ଯ୍ୟନ୍ତ ଭଳିକି ଭଳି ଘରୋଇ ଉପାୟକୁ ଗ୍ରହଣ କରାଯାଉଛି। ଲୋକମାନେ ଇମ୍ୟୁନିଟି ବୁଷ୍ଟର ପାଇଁ ଏହାକୁ ସେବନ କରୁଛନ୍ତି। ଏହାସହ ଭିଟାମିନ ସି ଥିବା ଫଳ ଖାଇବାକୁ ପାଇଁ ମଧ୍ୟ ଡାକ୍ତରଙ୍କ ପକ୍ଷରୁ ପରାମର୍ଶ ଦିଆଯାଉଛି। ତେବେ ଏସମସ୍ତ ମଧ୍ୟରୁ ଗରମ ପାଣି ବାମ୍ଫ ନେବା ଉପାୟକୁ ଲୋକମାନେ ଅଧିକ ଆପଣାଉଛନ୍ତି। ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଏହା କରୋନା ସହ ଅନ୍ୟ ସଂକ୍ରମଣରୁ ଆମକୁ ସୁରକ୍ଷା ଦେଇଥାଏ।

ସାଧାରଣତଃ ଭାରତରେ ଲୋକମାନେ ଶୀତଦିନରେ ଗରମ ପାଣିର ବାମ୍ଫ ନେଇଥାନ୍ତି। ଶୀତ କାରଣରୁ ଶରୀରକୁ ଥଣ୍ଡା ଦାଉରୁ ରକ୍ଷା ପାଇଁ ଏହି ଘରୋଇ ଉପାୟକୁ ଆପଣାଇଥାନ୍ତି। ଏହା ଶରୀରରେ ଶ୍ୱାସ ଜନିତ ସମସ୍ୟାକୁ ଦୂର କରିଥାଏ। କିନ୍ତୁ ଆପଣ ଜାଣନ୍ତି କି ବାମ୍ଫ ନେବାର ସଠିକ ପ୍ରଣାଳୀ କ’ଣ? ଯାହା ଆପଣଙ୍କ ଶ୍ୱାସ ସମ୍ବନ୍ଧୀୟ ସମସ୍ୟାକୁ ଦୂର କରିବା ସହ କରୋନା କାଳରେ ଆପଣଙ୍କୁ ସୁରକ୍ଷା ଦେବ। ତେବେ ଚାଲନ୍ତୁ ଜାଣିବା ବିଶେଷଜ୍ଞ ଏହାକୁ ନେଇ କ’ଣ କହିଛନ୍ତି।

ଫାଇଦା:

ଆଣ୍ଟି କରୋନା ଟାସ୍କ ଫୋର୍ସ, ନୋଏଡାର ଡାକ୍ତର ସିଦ୍ଧାର୍ଥ ଗୁପ୍ତା କହିଛନ୍ତି ଯେ, କରୋନା ସମୟରେ ଗରମ ବାମ୍ଫ ନେବା ବେଶ ଲାଭଦାୟକ ହୋଇଥାଏ। ଏହାଦ୍ୱାରା ଶ୍ୱାସପ୍ରଣାଳି ଠିକ ରୂପେ କାର୍ଯ୍ୟ କରେ। ଏହାସହ ଫୁସଫୁସରେ କରୋନା କିମ୍ବା ଅନ୍ୟ କୌଣସି ଭାଇରସରୁ ସଂକ୍ରମଣ ଜନିତ ସମସ୍ୟା ଦୂର ହୋଇଥାଏ।

777788
pc : Australian Doctor

ଗରମ ପାଣି ବାମ୍ଫ ନେବାର ପ୍ରଣାଳୀ:

ଡାକ୍ତରଙ୍କ କହିବା ଅନୁଯାୟୀ, ପ୍ରଥମେ ପାଣିକୁ ସାମନ୍ୟ ମାତ୍ରାରେ ଗରମ କରିଦିଅନ୍ତୁ। ପରେ ଟାେଓ୍ଵଲରେ ନିଜ ମୁହଁକୁ ଏହି ଗରମ ପାଣିର ବାମ୍ଫ ଆଗରେ ରଖନ୍ତୁ। ଏହାର ବାମ୍ଫକୁ ଧିରେ ଧିରେ ଗ୍ରହଣ କରନ୍ତୁ। ତେବେ ଏହା ଘରେ କରିବା ଖୁବ ସହଜ। ମାତ୍ର ବ୍ୟସ୍ତ ବହୁଳ ଜୀବନରେ ଯଦି ସମୟ ନ ମିଳେ ତେବେ ଆପଣ ବଜାରରୁ ଏଥିପାଇଁ ମିଳୁଥିବା ଉପକରଣ ମଧ୍ୟ ଆଣିପାରିବେ। ଯେଉଁଥିରେ ଖୁବ ସହଜରେ ଆପଣ ବାମ୍ଫ ନେଇ ପାରିବେ।

ପାଣିରେ କ’ଣ ପକାଇବେ?

ସମସ୍ତେ ସାଧା ପାଣିକୁ ଗରମ କରି ବାମ୍ଫ ନେଇଥାନ୍ତି। ତେବେ ଡାକ୍ତରଙ୍କ କହିବା ଅନୁଯାୟୀ ଆପଣ ଏହି ପାଣିରେ ଡାଲଚିନି ପକାଇପାରିବେ। ଏହା ଶରୀର ପାଇଁ ଲାଭ ଦାୟକ ହୋଇଥାଏ। ଏହାଦ୍ୱାରା ସ୍ୱାଦ ବାରିବାର ସମସ୍ୟା ଦୂର ହେବା ସହ ଶ୍ୱାସଜନିତ ସମସ୍ୟା ମଧ୍ୟ କମିଥାଏ।

ବାମ୍ଫ ନେବା ସମୟରେ କ’ଣ କରିବା ଉଚିତ:

ବାମ୍ଫ ନେବା ସମୟରେ ମୁହଁ ଖୋଲା ରଖିବା ଉଚିତ। ଏହାଦ୍ୱାରା ଗରମ ବାମ୍ଫ ଶରୀର ମଧ୍ୟକୁ ପ୍ରବେଶ କରିଥାଏ। ଯଦି ଆପଣଙ୍କ ଗଳା ଓ ନାକରେ ଥଣ୍ଡା ଜନିତ ସମସ୍ୟାକୁ ରହିଥାଏ ତେବେ ଏଥିରୁ ଆରାମ ମିଳେ।

କେବଳ କରୋନା ସଂକ୍ରମିତ ନୁହେଁ ବରଂ ଏଭଳି ପରିସ୍ଥିତିରେ ସମସ୍ତେ ଏହି ଘରୋଇ ଉପାୟକୁ ଆପଣାଇବା ଉଚିତ । ଦିନକୁ ଅତି କମ୍‌ ରେ ୪ଥର ୫ ମିନିଟ ପର୍ଯ୍ୟନ୍ତ ବାମ୍ଫ ନେବା ଉଚିତ। ଏହାଦ୍ୱାରା ଫୁସଫୁସ ସୁସ୍ଥ ରହିବା ସହ ଭାଇରସ ସଂକ୍ରମଣରୁ ଏହା ଶରୀରକୁ ରକ୍ଷା କରିଥାଏ। ତେବେ ଏହି ଉପାୟ କରୋନା ଭାଇରସର ପ୍ରଭାବକୁ କମାଇବା ପାଇଁ ବେଶ ଉପଯୋଗୀ ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.