ମଧୁମେହ ରୋଗରେ ପୀଡିତ କି ? ଖାଆନ୍ତୁ କଦଳୀ ଫୁଲ, କରନ୍ତୁ ନିୟନ୍ତ୍ରଣ

ଆପଣମାନେ ତ କଦଳୀ ସବୁବେଳେ ଖାଉଥିବେ। ତାହା କଞ୍ଚା ହେଉ କି ପାଚିଲା। ଏହା ଖାଇବା ଦ୍ୱାରା ଶରୀରକୁ ବିଭିନ୍ନ ପ୍ରକାର ଭିଟାମିନ ମିଳିଥାଏ। କିନ୍ତୁ କ’ଣ ଆପଣ ଜାଣନ୍ତି କି କଦଳୀ ନୁହେଁ ବରଂ କଦଳୀ ଫୁଲ ମଧ୍ୟ ଶରୀର ପାଇଁ ଲାଭକାରୀ ହୋଇଥାଏ। କଦଳୀ ଫୁଲ ଖାଇବା ଦ୍ୱାରା ମାନସିକ ଚିନ୍ତା ଦୂର ହେବା ସହ ଏଥିରେ ଥିବା ମ୍ୟାଗ୍ନେସିୟମ, ଆଣ୍ଟି ଅକ୍ସିଡାଣ୍ଟ ଏବଂ ଆଣ୍ଟି ଡିପ୍ରେସେଣ୍ଟ ତତ୍ତ୍ୱ ଶରୀରକୁ ଫାଇଦା ଦେଇଥାଏ। କଦଳୀ ଫୁଲରେ ଆପଣ ବିଭିନ୍ନ ପ୍ରକାର ବ୍ୟଞ୍ଜନ ମଧ୍ୟ କରି ଖାଇପାରିବେ।

– କଳଦୀ ଫୁଲକୁ ଶୁଖାଇ ଗୁଣ୍ଡ କରି ଖାଇବା ଦ୍ୱାରା ପାଚନକ୍ରିୟାରେ ଉତ୍ପନ୍ନ ହେଉଥିବା ସମସ୍ୟାର ଦୂର ହୋଇଥାଏ। ଏହାଛଡା ପେଟ ଯନ୍ତ୍ରଣା, ଗ୍ୟାସ, ଖାଦ୍ୟ ପାଚନ ନ ହେବା, ଅମ୍ଳଦୋଷ ଇତ୍ୟାଦି ଦୂର କରେ।

09

– ଏଥିରେ ପ୍ରଚୁର ପରିମାଣରେ ଆଇରନ ରହିଥାଏ। ଯାହା ରକ୍ତଚାପକୁ ସନ୍ତୁଳିତ ରଖିବା, ହିମୋଗ୍ଲୋବିନ ସଠିକ ରଖିବା ଶରୀରକୁ ଫୂର୍ତ୍ତି ଯୋଗାଇଥାଏ।

– ଏଥିରେ ଅଧିକ ମାତ୍ରାରେ ଆଣ୍ଟି ଅକ୍ସିଡାଣ୍ଟ ତତ୍ତ୍ୱ ରହିବା କାରଣରୁ କ୍ୟାନସର ଭଳି ରୋଗକୁ ଦୂରେଇ ରଖିଥାଏ।

– ମଧୁମେହରେ ପୀଡିତ ବ୍ୟକ୍ତିଙ୍କ ପାଇଁ ଏହାର ଫୁଲ ବେଶ୍‌ ଲାଭଦାୟକ। ଏହାକୁ ଖାଇବା ଫଳରେ ଇନସୁଲିନ ସ୍ତରକୁ ନିୟନ୍ତ୍ରଣ କରାଯାଇପାରିବ।

ଏହାସହ ପଢ଼ନ୍ତୁ ; ଉଚ୍ଚ ରକ୍ତଚାପରୁ ମୁକ୍ତି ଦେବ ମେହନ୍ଦୀ (ମଞ୍ଜୁଆତି) ପତ୍ର, ଏହାସହ ଦୂର କରେ ଶରୀରର ଅନେକ ସମସ୍ୟା

2

– କଦଳୀ ଫୁଲ ଖାଇବା ଦ୍ୱାରା ଚିନ୍ତାରୁ ମୁକ୍ତି ମିଳିଥାଏ। ଏଥିରେ ଥିବା ମ୍ୟାଗ୍ନେସିୟମ ପ୍ରାକୃତିକ ଉପାୟରେ ଚିନ୍ତାକୁ କମ୍‌ କରିବାରେ ସହାୟକ ହୋଇଥାଏ।

– କଦଳୀ ଫୁଲ ଖାଇବା ଯୋଗୁଁ ଶରୀରରେ ଥିବା ପାଥାଜେନିକ ନାମକ ବ୍ୟାକ୍ଟେରିଆର ବୃଦ୍ଧି ହୋଇପାରେ ନାହିଁ। ଏହି ବ୍ୟାକ୍ଟେରିଆ ଆମ ଶରୀରରେ ସଂକ୍ରମଣକୁ ବଢାଇଥାଏ।

56

– ଶିଶୁଙ୍କୁ ସ୍ତନପାନ କରାଉଥିବା ମହିଳାମାନେ ଏହି ଫୁଲ ଖାଇବା ଉଚିତ। ଏହାକୁ ଖାଇବା ଫଳରେ କ୍ଷୀର ଗାଢ ହୋଇଥାଏ ଯାହା ଶିଶୁକୁ ପୋଷଣ ଦିଏ।