ଏହି ପର୍ବତ ଉପରେ ପିଣ୍ଡଦାନ କରିବା ଦ୍ୱାରା ପୂର୍ବଜମାନଙ୍କୁ ଭୋଗିବାକୁ ପଡିନଥାଏ କଷ୍ଟ, ଜାଣନ୍ତୁ କଣ ରହିଛି ଏହାର ରହସ୍ୟ
ଚଳିତ ବର୍ଷ ଶ୍ରାଦ୍ଧ ପକ୍ଷ ୧୨ସେପ୍ଟେମ୍ବରରୁ ଆରମ୍ଭ ହେବ। ପିତୃ ପକ୍ଷରେ ପୂର୍ବଜ ମାନଙ୍କୁ ଶ୍ରାଦ୍ଧ ଦିଆଯାଇଥାଏ। ଏହି ସମୟରେ ପିଣ୍ଡଦାନର ପ୍ରମୁଖ ସ୍ଥାନ ଗୟାରେ ଶ୍ରଦ୍ଧାଳୁମାନଙ୍କ ଭିଡ ଲାଗି ରହିଥାଏ। କୁହାଯାଇଥାଏ ପିତୃ ପକ୍ଷରେ ପୂର୍ବଜମାନଙ୍କ ଅତ୍ମା ସ୍ୱୟଂ ପୃଥିବୀ ପୃଷ୍ଟକୁ ଆସିବା ନିଜ ପରିବାର ସଦସ୍ୟମାନଙ୍କୁ ଆଖ-ପାଖରେ ଥିବା ଭଳି ଅନୁଭବ କରାଇଥାନ୍ତି। ସେହିପରି ଗୟା ନିକଟରେ ଏକ ପ୍ରାଚୀନ ରହସ୍ୟମୟ ପ୍ରେତଶିଳା ରହିଛି। ଉଲ୍ଲେଖ ରହିଛି ଏହି ସ୍ଥାନରୁ ପିତୃ ଶ୍ରାଦ୍ଧ ପକ୍ଷରେ ଆସି ପିଣ୍ଡ ଗ୍ରହଣ କରି ପୁଣି ଥରେ ପରଲୋକ ଚାଲିଯାଇଥାନ୍ତି। ତେବେ ଆଜି ଆମେ ଆପରଙ୍କୁ ଏହି ପ୍ରେତ ଶାଳା ସହ ଜଡିତ କିଛି ରୋଚକ ତଥ୍ୟ ବିଷୟରେ ଜଣାଇବୁ।
-ଗୟା ନିକଟରେ ଥିବା ୮୭୬ ଫୁଟ୍ ଉଚା ଏକ ପର୍ବତ ପ୍ରେତଶିଳା ପର୍ବତ ନାମରେ ପରିଚିତ। ମାନ୍ୟତା ରହିଛି ଏହି ପର୍ବତ ଉପରେ ପିଣ୍ଡଦାନ କରିବା ଦ୍ୱାରା ପୂର୍ବଜମାନେ ସିଧା ପିଣ୍ଡ ଗ୍ରହଣ କରିଥାନ୍ତି ଏବଂ ସେମାନଙ୍କୁ କେବେ କଷ୍ଟ ଭୋଗିବାକୁ ପଡ଼ିନଥାଏ।
-ପ୍ରେତଶିଳା ପର୍ବତ ବିଷୟରେ କୁହାଯାଇଥାଏ ଏଠାରେ ୟହ ଲୋକ ଏବଂ ପର ଲୋକ ମଧ୍ୟରେ ଏପରି ସମ୍ପର୍କ ରହିଛି, ଯାହା ବିଶ୍ୱରେ ରହସ୍ୟ ସୃଷ୍ଟି କରିଥାଏ। କୁହାଯାଇଥାଏ ପ୍ରେତଶିଳା ନିକଟରେ ଥିବା ପଥରରେ ଏକ ବିଶେଷ ପ୍ରକାର ଛେଦ ରହିଛି। ଯାହା ମାଧ୍ୟମରେ ପିତୃ ଆକାର ପିଣ୍ଡଦାଦସନ ଗ୍ରହଣ କରି ପୂନର୍ବାର ଫେରିଯାଇଥାନ୍ତି।
-ସୂର୍ଯ୍ୟାସ୍ତ ପରେ ଆତ୍ମାଗୁଡିକ ମଧ୍ୟ ବିଭିନ୍ନ ପ୍ରକାର ଶଦ୍ଧ ଏବଂ ଛାଇ ଆକାରରେ ବିଭିଦନ୍ନ ପ୍ରକାର ଅନୁଭୂତି କରାଇଥାନ୍ତି। ଏହି କଥା ଆଧ୍ୟାତ୍ମିକ ଏବଂ ବିଜ୍ଞାସନ ସହ ଜଡିତ। ଏହାକୁ ମିଛ କାୁହାଯାଇପାରେ ନାର୍ହି କିମ୍ବା ସର୍ବସତ୍ୟ ମଧ୍ୟ କୁଯାହାଇପାରେ ନାହିଁ।
ଏହାସହ ପଢନ୍ତୁ: ମହାଭାରତ ଯୁଦ୍ଧରେ ଶ୍ରୀକୃଷ୍ଣଙ୍କ ବଦଳରେ ଶ୍ରୀରାମ ଥିଲେ କଣ ହୋଇଥାନ୍ତା, ୩ଟି ଘଟଣାରୁ ପାଆନ୍ତୁ ଜବାବ
-ଏହି ପ୍ରେତଶିଳା ନିକଟରେ ଥିବା ବେଦୀରେ ଭଗବାନବିଷ୍ଣୁଙ୍କର ପାଦ ଚିହ୍ନ ରହିଛି। ଏହା ପଛରେ ମଧ୍ୟ ଏକ ପ୍ରମୁଖ ରହସ୍ୟ ଦର୍ଶାଯାଇଛି। ଯାହା ଅନୁସାରେ ଏଠାରେ ଗୟାସୁରର ପିଠି ଉପରେ ବଡ଼ ଧରଣର ଶିଳା ରଖି ଭଗବାନବିଷ୍ଣୁ ସ୍ୱୟଂ ଛିଡା ହୋଇଥିଲେ। ସୂଚନା ଅନୁଯାୟୀ ଗୟାସୁର ଭଗବାନବିଷ୍ଣୁଙ୍କ ଠାରୁ ଏହି ବରଦାନ ପ୍ରାପ୍ତ କରିଥିଲେ, ଯେଉଁଠାରେ ମୃତ୍ୟୁ ହେବା ପରେ ନର୍କକୁ ଯିବାକୁ ପଡ଼ିନଥାଏ। ଗୟାସୁରକୁ ପ୍ରାପ୍ତ ହୋଇଥିବା ବରଦାନ କାରଣରୁ ଏଠାରେ ଶ୍ରାଦ୍ଧ ଏବଂ ପିଣ୍ଡଦାନ କରିବା ଦ୍ୱାରା ଆତ୍ମାକୁ ମୁକ୍ତି ମିଳିଥାଏ।