Below header

ବିନା ଏକ୍ସରସାଇଜ୍‌ରେ ଓଜନ କମାଇବାକୁ ଚାହୁଁଥିଲେ, ଆପଣାନ୍ତୁ ଏସବୁ ସହଜ ଟିପ୍ସ

ଓଜନ କମ୍‌ କରିବା କଥା ଆସିଲେ ସମସ୍ତେ ଏକ୍ସରସାଇଜ୍‌ ଓ ଡାଏଟ୍‌ କଣ୍ଟ୍ରୋଲ କରିବା କଥା କହିଥାନ୍ତି। କିନ୍ତୁ ବ୍ୟସ୍ତ ଲାଇଫ୍‌ଷ୍ଟାଇଲ୍‌ ଯୋଗୁ ଏସବୁ ଫଲୋ କରିବାରେ ବହୁ ସମସ୍ୟା ଉପୁଜେ। ଏଭଳି ସ୍ଥିତିରେ ଯଦି ଆପଣ କେବଳ ଖାଇବା ପିଇବା ଉପରେ ଧ୍ୟାନ ଦେଇପାରିବେ ତେବେ ଆଉ ଏକ୍ସରସାଇଜ୍‌ କରିବାର ଆବଶ୍ୟକତା ପଡ଼ିବ ନାହିଁ। ତେବେ ଆସନ୍ତୁ ଜାଣିବା ବ୍ୟାୟାମ ନ କରି ମଧ୍ୟ କେମିତି କମାଇପାରିବେ ଓଜନ…

  • କିଛି ଲୋକ ଭୋକ ହେଉନଥିଲେ ବି ଲୋଭରେ ମନ ଇଚ୍ଛା ଏଣୁ ତେଣୁ ଖାଇଦେଇଥାନ୍ତି। ଫଳରେ ପେଟ ବଢ଼େ। ଏଣୁ ସବୁବେଳେ କମ୍‌ ଭୋଜନ କରନ୍ତୁ।
  • ଭୋକ ଉପରେ ନିୟନ୍ତ୍ରଣ ରଖନ୍ତୁ। ଯଦି ଭୋକ ଲାଗୁଛି ତେବେ ଗରିଷ୍ଠ ଖାଦ୍ୟ ନ ଖାଇ କିଛି ଡ୍ରାଏ ଫ୍ରୁଟ୍ସ ଖାଆନ୍ତୁ।
  • ତେଲ ଛଣା ଜିନିଷ ନ ଖାଇ ଫାଇବରଯୁକ୍ତ ଖାଦ୍ୟ ଖାଆନ୍ତୁ।
  • ପ୍ରଚୁର ପରିମାଣରେ ପାଣି ପିଅନ୍ତୁ। ଦିନରେ ଅତିକମ୍‌ରେ ୮ ଲିଟର ପାଣି ପିଅନ୍ତୁ।
  • ଖାଦ୍ୟରେ ପ୍ରୋଟିନ୍‌ର ମାତ୍ରା ବଢ଼ାନ୍ତୁ। ଏହା ଓଜନ କମ୍‌ କରିବାରେ ସାହାଯ୍ୟ କରେ।
  • ଠିକ୍‌ ସମୟରେ ଶୁଅନ୍ତୁ ଓ ଠିକ୍‌ ସମୟରେ ଉଠନ୍ତୁ। ଦିନରେ ୮ ଘଣ୍ଟା ନିଦ ଜରୁରୀ। ଠିକ୍‌ଭାବେ ଶୋଇଲେ ହରମୋନ୍‌ ବି ସନ୍ତୁଳିତ ରହେ। ଫଳରେ ମେଦ ବଢ଼େ ନାହିଁ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.