ସେୟାର ମାର୍କେଟରେ କରୋନା ମାଡ଼: କାରବାର ଆରମ୍ଭରୁ ଖସିଲା ସେନସେକ୍ସ ଓ ନିଫ୍ଟି

ସେୟାର ମାର୍କେଟରେ ପଡିଲା କରୋନା ପ୍ରଭାବ । ସପ୍ତାହ ଆରମ୍ଭରୁ ସେୟାର ମାର୍କେଟ ଉପରେ ବଡ଼ ହ୍ରାସ । କାରବାର ଆରମ୍ଭରୁ ଖସିଲା ସେନସେକ୍ସ ଓ ନିଫ୍ଟି। ବମ୍ବେ ଷ୍ଟକ ଏକ୍ସଚେଞ୍ଜ ୧୪୭୯ ପଏଣ୍ଟ ଅର୍ଥାତ୍‌ ୨.୯୮ ପ୍ରତିଶତ ହ୍ରାସ ପାଇଛି । କାରବାର ଆରମ୍ଭରେ ୪୮ ହଜାର ୧୧୨ରେ ପହଁଚିଥିଲା ।

ସେହିଭଳି ନିଫ୍ଟି ୨୬୮ ଅଙ୍କ ଖସି ୧୪ ହଜାର ୬୪୪ ସ୍ତରକୁ ଆସିଛି । କରୋନା ପଜିଟିଭ୍‌ ସଂଖ୍ୟା ଦ୍ରୁତ ଗତିରେ ବଢ଼ୁଥିବାରୁ ଏହାର ପ୍ରଭାବ ସେନସେକ୍ସ ଉପରେ ପଡିଥିବା ଅର୍ଥନୈତିଜ୍ଞମାନେ କହିଛନ୍ତି ।

ଗତ ୨୪ ଘଣ୍ଟାରେ ଦେଶରେ ୧ଲକ୍ଷ ୬୮ ହଜାର ୯୧୨ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମହାରାଷ୍ଟ୍ରରେ ୬୩ ହଜାର ୨୯୪ ନୂଆ କେସ ଆସିଥିବା ସହ ୩୪୯ ଜଣଙ୍କ ମୃତ୍ୟୁ ହୋଇଛି । ଏହାଛଡା ଚଳିତ ସପ୍ତାହରେ ମହାରାଷ୍ଟ୍ର ସରକାର ସମ୍ପୂର୍ଣ୍ଣ ଲକଡାଉନ ଘୋଷଣା କରିପାରନ୍ତି, ଯାହାର ପ୍ରଭାବ ସେୟାର ବଜାର ଉପରେ ପଡ଼ିଥିବା କୁହାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.