ତରକାରୀରେ ଲୁଣ ଅଧିକ ପଡିଯାଇଛି କି, ତେବେ ଏହି ୫ଟି ଉପାୟ ଦ୍ୱାରା ଲୁଣର ମାତ୍ରାକୁ କରନ୍ତୁ କମ୍‌

ଖାଦ୍ୟର ସ୍ୱାଦ ସେତେବେଳେ ଭଲ ହୋଇଥାଏ, ଯେତେବେଳେ ସେଥିରେ ପଡିଥିବା ସବୁ ମସଲା ଠିକ ମାତ୍ରାରେ ପଡିଥିବ। ଖାସ କରି ଲୁଣ, କାହିଁକିନା ଲୁଣର ସ୍ୱାଦ ଯଦି କମ୍‌ ବେଶି ହୋଇଯାଏ ତାହେଲେ ଏହା ଖାଦ୍ୟର ସ୍ୱାଦକୁ ଏକଦମ୍‌ ଖରାପ କରିଦିଏ। କମ୍‌ ଲୁଣ ହେଲେ ଚଳିବ କିନ୍ତୁ ଅଧିକ ଲୁଣ ଖାଇବା ଜିଭ ପାଇଁ କ୍ଷତିକାରକ ହୋଇଥାଏ। ଏଥିପାଇଁ ବହୁତ ଜରୁରୀ ହୋଇଥାଏ ଲୁଣର ମାତ୍ରାକୁ ଠିକ କରିବା। ଯଦି ଆପଣ ତରକାରୀ କିମ୍ବା ସବଜିରେ ଅଧିକ ଲୁଣ ପକାଇ ଦେଇଛନ୍ତି, ତେବେ ଲୁଣ କମ୍‌ କରିବା ପାଇଁ କଣ କରିବେ ଆଜି ଆମେ ଆପଣଙ୍କୁ କହିବୁ। ଯାହା ଦ୍ୱାରା ଆପଣ ଲୁଣକୁ କମ୍‌ କରିପାରିବେ।

ଭଜା ବେସନ

ଯଦି ଆପଣଙ୍କ ତରକାରୀରେ ଲୁଣ ଅଧିକ ପଡିଯାଇଛି ତାହେଲେ ଗୋଟେ ପ୍ୟାନରେ ଦୁଇ ଚାମଚ ବେସନକୁ ଭାଜି ତରକାରୀରେ ପକାଇ ଦିଅନ୍ତୁ। ଏହାକୁ ପକାଇବା ପରେ ଗୋଟେ ଥର ଫୁଟିଗଲେ ଗ୍ୟାସକୁ ତଳକୁ ଓହ୍ଳାଇ ଦିଅନ୍ତୁ। ସୁଖିଲା ସବଜି ବନାଉଥିଲେ ବି ଏହି ତରିକା ଆପଣେଇ ପାରିବେ। ଭଜା ବେସନ ତରକାରୀର ସ୍ୱାଦକୁ ଆହୁରି ବି ବଢ଼ାଇଦିଏ।

ଲେମ୍ବୁ ରସ

ଇଣ୍ଡିଆନ, ଚାଇନିଜ, ମୁଗଲାଇ ଏବଂ ଇଟାଲିୟାନ କୌଣସି ବି ଖାଦ୍ୟରେ ଯଦି ଭୁଲରେ ବି ଲୁଣ ଅଧିକ ପଡିଗଲା ତାହେଲେ ଏଥିରେ ଲେମ୍ବୁ ରସ ପକାଇ ଦିଅନ୍ତୁ। କାହିଁକିନା କୌଣସି ବି ଖାଦ୍ୟରେ ଖଟ୍ଟା ଜିନିଷ ମିଶାଇବା ଦ୍ୱାରା ଲୁଣା ପ୍ରଭାବ ସାମାନ୍ୟ କମିଯାଏ। ଏହାସହିତ ଏହା ଟେଷ୍ଟ ବି ଲାଗିଥାଏ।

ଅଟା ଗୋଳା ରଖିଦିଅନ୍ତୁ

ଯଦି ଆପଣଙ୍କ ଡାଲି କିମ୍ବା ତରକାରୀରେ ଲୁଣ ଅଧିକ ହୋଇଯାଏ ତାହେଲେ ରୁଟି ପାଇଁ ରଖିଥିବା ଅଟା ଗୋଳାକୁ ଡାଲିରେ ପକାଇ ଦିଅନ୍ତୁ। ଏମିତି କରିବା ଦ୍ୱାରା ଅଟା ଲୁଣକୁ ଟାଣିନେବ ଏବଂ ଖାଦ୍ୟରେ ଲୁଣା ମାତ୍ରା ଠିକଠାକ୍‌ ହୋଇଯିବ। କିନ୍ତୁ ଏହା ଧ୍ୟାନ ନିଶ୍ଚୟ ରଖନ୍ତୁ ଯେ ସର୍ଭ କରିବା ପୂର୍ବରୁ ଏହି ଅଟା ଗୋଳାକୁ ବାହାର କରିଦିଅନ୍ତୁ।

ସିଝା ଆଳୁ

ଡାଲି କିମ୍ବା ତରକାରୀରେ ଯଦି ଲୁଣ ଅଧିକ ପଡିଯାଇଥାଏ, ତାହେଲେ ସେଥିରେ ଗୋଟେ ଦୁଇଟି ଆଳୁକୁ ଚକଟି ପକାଇ ଦିଅନ୍ତୁ। ଏହା ଆପଣଙ୍କର ତରକାରୀର ଅତିରିକ୍ତ ଲୁଣକୁ ଶୋଷିନେବ ଏବଂ ଲୁଣର ସ୍ୱାଦ ଠିକଠାକ୍‌ ହୋଇଯିବ।

ବ୍ରେଡ କରନ୍ତୁ ପ୍ରୟୋଗ

ଯଦି ଆପଣଙ୍କ ପାଖରେ ସମୟ ନାହିଁ ଏବଂ ଖାଦ୍ୟରେ ଲୁଣ ଅଧିକ ପଡିଯାଇଛି ତାହେଲେ ଆପଣ ବ୍ରେଡର ବ୍ୟବହାର କରିପାରିବେ। ସର୍ଭିଙ୍ଗ ବାଉଳରେ ତରକାରୀ ସହିତ ଗୋଟେ ବ୍ରେଡ ସ୍ଳାଇସ୍‌ ପକାଇ ଦିଅନ୍ତୁ। ଗୋଟେ ଦୁଇ ମିନିଟରେ ଏହାକୁ ବାହାର କରିଦିଅନ୍ତୁ। ଯଦି କମ୍‌ ଲାଗୁଥାଏ ତାହେଲେ ଏଥିରେ ଅଳ୍ପ ଗରମ ପାଣି ମିଶାଇ ଦିଅନ୍ତୁ, ଲୁଣ କମ୍‌ ହୋଇଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.