Below header

ଦୁଇ କୁଳପତିଙ୍କୁ ନିଯୁକ୍ତି ଦେଲେ କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ

କେନ୍ଯୁଜ୍: ୨ କୁଳପତିଙ୍କୁ ନିଯୁକ୍ତି ଦେଲେ କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। ବଲାଙ୍ଗିରର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି ଭାବେ ପ୍ରଫେସର ଉମାବଲ୍ଲଭ ମହାପାତ୍ର ଓ ଭବାନୀପାଟଣା କଳାହାଣ୍ଡି ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି ଭାବେ ପ୍ରଫେସର ସଞ୍ଜୟ କୁମାର ଶତପଥୀଙ୍କୁ ନିଯୁକ୍ତି ମିଳିଛି।

ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ ୨୦୨୦ ଅନୁଯାୟୀ ୨ଜଣଙ୍କୁ ନିଯୁକ୍ତି ଦେଇଛନ୍ତି ରାଜ୍ୟପାଳ। ଦାୟିତ୍ୱ ଗ୍ରହଣ କରିବାର ୪ବର୍ଷ ପର୍ଯ୍ୟନ୍ତ ଉଭୟଙ୍କ କାର୍ଯ୍ୟକାଳ ରହିବ। ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ଉଦ୍ଭିଦୱ ବିଜ୍ଞାନ ପ୍ରଫେସର ମହାପାତ୍ରଙ୍କ ଶିକ୍ଷାଦାନରେ ୩୩ବର୍ଷର ଅଭିଜ୍ଞତା ରହିଛି। ସେହିପରି ରେଭେନ୍‌ସା ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ବାଣିଜ୍ୟ ପ୍ରଫେସର ଶତପଥୀଙ୍କର ଶିକ୍ଷାଦାନ କ୍ଷେତ୍ରରେ ୩୩ବର୍ଷରୁ ଅଧିକ ଅଭିଜ୍ଞତା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.