Below header

କାର୍ଡରେ ଛପାଯିବ ବରକନ୍ୟାଙ୍କ ଜନ୍ମ ବର୍ଷ, ବିବାହରେ ଉପସ୍ଥିତ ରହିଲେ ପଣ୍ଡିତ, ତମ୍ବୁ ମାଲିକ ସୁଦ୍ଧା ବି ଦେବେ ଜରିମାନା

ବାଲ୍ୟ ବିବାହ ରୋକିବା ପାଇଁ ଏକ ‘ମେଗା ପ୍ଲାନ୍‌’ ପ୍ରସ୍ତୁତ କରିଛନ୍ତି ରାଜସ୍ଥାନ ସରକାର। ସରକାର ବର କନ୍ୟାଙ୍କ ନାମକୁ ବିବାହ କାର୍ଡ ଉପରେ ମୁଦ୍ରିତ କରିବାକୁ ଆଦେଶ ଦେବା ସହିତ ସେମାନଙ୍କ ଜନ୍ମ ପ୍ରମାଣପତ୍ରର ଏକ କପି ମଧ୍ୟ ସେଥିରେ ଛାପିବାକୁ କହିଛନ୍ତି।

ଆଦେଶରେ କୁହାଯାଇଛି, ବାଲ୍ୟ ବିବାହ ନିଷେଧ ଅଧିନିୟମର ବ୍ୟବସ୍ଥାକୁ ବହୁଳ ମାତ୍ରାରେ ପ୍ରଚାର ପ୍ରସାର କରାଯିବା ଉଚିତ। ଅଧିକାରୀମାନଙ୍କ ଜରିଆରେ ସାଧାରଣ ଲୋକଙ୍କୁ ଅବଗତ କରାଯିବା ଉଚିତ ଯେ ବାଲ୍ୟ ବିବାହ ଏକ ଅପରାଧ। ସେମାନଙ୍କୁ ଏହି ଆଇନ ବିଷୟରେ ସଚେତନ କରାଯିବା ଦରକାର। ସରକାର ଅଧିକାରୀମାନଙ୍କୁ ବାଲ୍ୟ ବିବାହ ରୋକିବା ନିମନ୍ତେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସରକାର ଏହା ବି କହିଛନ୍ତି କି, ଯେଉଁ ଲୋକ ବିବାହରେ ଉପସ୍ଥିତ ରହିବେ ଅର୍ଥାତ୍‌ ବିବାହ ପାଇଁ ଦାୟୀ ରହିବେ, ସେମାନଙ୍କଠାରୁ ଶୁଳ୍କ ନିଆଯିବ। ଆଦେଶରେ କ୍ୟାଟରର୍ସ, ବ୍ୟାଣ୍ଡ ଆୟୋଜକ, ପଣ୍ଡିତ, ତମ୍ବୁ ମାଲିକ, ଏପରିକି ବରପକ୍ଷ ଲୋକଙ୍କୁ ବାଲ୍ୟ ବିବାହରେ ସାମିଲ ନ ହେବାକୁ ଚେତାବନୀ ଦିଆଯାଇଛି। ରାଜ୍ୟ ଗୃହ ବିଭାଗ ଏହି ଆଦେଶ ଜିଲା କଲେକ୍ଟର, ଏସ୍‌ପି, ଗ୍ରାମ ପଞ୍ଚାୟତ, ଜିଲା ପରିଷଦ ଏବଂ ପଞ୍ଚାୟତ ସମିତି ସଦସ୍ୟମାନଙ୍କୁ ଜାରି କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.