Below header

ଆଜି କୁମ୍ଭମେଳାର ଦ୍ୱିତୀୟ ଶାହୀ ସ୍ନାନ, କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ ଦେଖାଇବା ପରେ ହିଁ ବୁଡ଼ ପକାଇବାକୁ ମିଳିବ ଅନୁମତି

ଧର୍ମନଗରୀ ହରିଦ୍ୱାରରେ ଚାଲୁଥିବା କୁମ୍ଭମେଳାର ଆଜି ଦ୍ୱିତୀୟ ଶାହୀ ସ୍ନାନ। ସୋମବତୀ ଅମାବାସ୍ୟା ଅବସରରେ ଭକ୍ତମାନେ ଗଙ୍ଗାରେ ବୁଡ଼ ପକାଉଛନ୍ତି। ନିର୍ଦ୍ଧାରିତ ସମୟ ଅନୁସାରେ ଆଜି ସମସ୍ତେ ବୁଡ଼ ପକାଇଛନ୍ତି। କରୋନା ସଂକ୍ରମଣକୁ ରୋକିବା ପାଇଁ ପ୍ରଶାସନ ତରଫରୁ କେତେକ ପଦକ୍ଷେପ ମଧ୍ୟ ଗ୍ରହଣ କରାଯାଇଛି।

କରୋନା କଟକଣାକୁ ଅନୁପାଳନ କରି ସୋମବତୀ ଅମାବାସ୍ୟାରେ ଶାହୀ ସ୍ନାନ ଜାରି ରହିଛି। କରୋନାକୁ ଦୃଷ୍ଟିରେ ରଖି ପ୍ରଶାସନ ତରଫରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ସମସ୍ତ ଆଖଡ଼ାକୁ ସ୍ନାନ ପାଇଁ ଅଧ-ଅଧ ଘଣ୍ଟା ଲେଖାଏଁ ସମୟ ଦିଆଯାଇଛି।

ହରିଦ୍ୱାରରେ ଗଙ୍ଗା ସ୍ନାନ ପାଇଁ ଆସୁଥିବା ଭକ୍ତଙ୍କୁ କରୋନା ନେଗେଟିଭ୍‌ ରିପୋର୍ଟ ଦେଖାଇବାକୁ ପଡ଼ିବ। ପ୍ରଶାସନ ଲୋକଙ୍କୁ ୭୨ ଘଣ୍ଟା ତଳର ଆରଟିପିସିଆର ନେଗେଟିଭ୍‌ ରିପୋର୍ଟ ଦେଖାଇବାକୁ ବାଧ୍ୟତାମୂଳକ କରିଛି।

ଅନ୍ୟପଟେ ଶାହୀ ସ୍ନାନ ପୂର୍ବରୁ ଅଖିଳ ଭାରତୀୟ ଆଖଡ଼ା ପରିଷଦର ଅଧ୍ୟକ୍ଷ ମହନ୍ତ ନରେନ୍ଦ୍ର ଗିରିଙ୍କ କରୋନା ରିପୋର୍ଟ ପଜିଟିଭ୍‌ ଆସିଛି। ସ୍ୱାସ୍ଥ୍ୟ ବିଭାଗ ତାଙ୍କୁ ଆଇସୋଲେଟ୍‌ କରି ପୂରା ଆଖଡ଼ାକୁ ସାନିଟାଇଜ୍‌ କରିଛି। ତାଙ୍କ ନିକଟତମ ସମସ୍ତ ସନ୍ଥଙ୍କର ମଧ୍ୟ ଏବେ କରୋନା ଟେଷ୍ଟ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.