ଏହି ସହରରେ ଲକ୍‌ଡାଉନରେ ଘରେ ମିଳିବ ମଦ, ସରକାର ଦେଲେ ହୋମ୍‌ ଡେଲିଭରିର ଅନୁମତି

ମହାରାଷ୍ଟ୍ରରେ କରୋନା ସଂକ୍ରମଣ ମାଡ଼ି ଚାଲିଥିବାରୁ ସୋମବାର ପର୍ଯ୍ୟନ୍ତ ଲକ୍‌ଡାଉନ ଘୋଷଣା କରାଯାଇଛି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ରାଜ୍ୟର ସମସ୍ତ ପ୍ରମୁଖ ଦଳର ନେତାମାନଙ୍କ ସହିତ ଲକ୍‌ଡାଉନ ସଂକ୍ରାନ୍ତରେ ଆଲୋଚନା କରିଛନ୍ତି। ମୁଖ୍ୟମନ୍ତ୍ରୀ ସଙ୍କେତ ଦେଇଛନ୍ତି କି, ବର୍ତ୍ତମାନ ଆଂଶିକ ଲକ୍‌ଡାଉନ ଘୋଷଣା କରାଯାଇଛି। ଖୁବ୍‌ଶୀଘ୍ର ରାଜ୍ୟରେ ପୂର୍ଣ୍ଣ ଲକ୍‌ଡାଉନ ଘୋଷଣା କରାଯାଇପାରେ।

ତେବେ ଏହାରି ଭିତରେ ବିଏମ୍‌ସି ମୁମ୍ବାଇରେ କେତେକ ଜରୁରୀ ଜିନିଷର ହୋମ୍‌ ଡେଲିଭରି କରିବାକୁ ଘୋଷଣା କରିଛି। ଖାଦ୍ୟ ଡେଲିଭରି ସାଙ୍ଗକୁ ମଦର ମଧ୍ୟ ହୋମ୍‌ ଡେଲିଭରି କରିବାକୁ ଅନୁମତି ଦେଇଛି। କିନ୍ତୁ ଏଥିପାଇଁ ସମସ୍ତଙ୍କୁ କୋଭିଡ୍‌ ନିୟମ ପାଳନ କରିବାକୁ ହେବ।

ଘରେ ବସି କେମିତି ଅର୍ଡର କରିବେ ମଦ

ମୁମ୍ବାଇରେ ସକାଳ ୭ଟାରୁ ରାତି ୮ଟା ପର୍ଯ୍ୟନ୍ତ ମଦର ହୋମ୍‌ ଡେଲିଭରି ପାଇଁ ଅନୁମତି ରହିଛି। ଏହି ସମୟରେ ଲୋକେ ଫୋନ୍‌ କଲ୍‌ କିମ୍ବା ଅନ୍‌ଲାଇନ ବୁକିଂ ଜରିଆରେ ଅର୍ଡର କରିପାରିବେ। ସେପଟେ ଡେଲିଭରି କରୁଥିବା କର୍ମଚାରୀମାନଙ୍କୁ କୋଭିଡ୍‌ ଗାଇଡ୍‌ଲାଇନ୍ସ ଭଲ ଭାବେ ପାଳନ କରିବାକୁ ହେବ।

ମହାରାଷ୍ଟ୍ର ସରକାର କହିଛନ୍ତି କି, ରାଜ୍ୟରେ ମଦ ଉତ୍ପାଦନ ଉପରେ କୌଣସି ପ୍ରକାର ରୋକ୍‌ ଲାଗିବ ନାହିଁ ଏବଂ ମଦ ଫ୍ୟାକ୍ଟ୍ରି ପୂର୍ବ ଭଳି ଚାଲୁ ରହିବ। ମଦ ଉତ୍ପାଦନ କମ୍ପାନୀ ପ୍ରଡକ୍ସନ ୟୁନିଟ୍‌ରେ କାମ କରୁଥିବା ସମସ୍ତ କର୍ମଚାରୀଙ୍କର ଥର୍ମାଲ ସ୍କ୍ରିନିଂ କରିବେ ଏବଂ କାମ କରୁଥିବା ସ୍ଥାନରେ ସାମାଜିକ ଦୂରତା ଉପରେ ଧ୍ୟାନ ଦେବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.