ଶୋଇବା ସମୟରେ ତଣ୍ଟି ଶୁଖି ଯାଉଛି କି ? ଏଭଳି ସମସ୍ୟା ଦେଖାଯାଉଥିଲେ ରୁହନ୍ତୁ ସାବଧାନ

ରାତିରେ ଶୋଇବା ସମୟରେ ମଧ୍ୟ ଅନେକ ଲୋକଙ୍କ ତଣ୍ଟି ଶୁଖିଯାଏ । ଏହା ସାମାନ୍ୟ ଘଟଣା ହୋଇପାରେ । କାରଣ ନିଦରେ ଥିବା ସମୟରେ ମଣିଷର ମୁହଁରେ ଲାଳ ପ୍ରସ୍ତୁତ ହେବା କମ୍‌ ହୋଇଯାଏ । କିନ୍ତୁ ଯଦି ପ୍ରତ୍ୟେକ ଦିନ ଏଭଳି ସମସ୍ୟା ହେଉଛି, ତେବେ ସାବଧାନ ହୋଇଯାଆନ୍ତୁ ।

ଅନେକ ସମୟରେ ସକାଳ ଉଠିବା ମାତ୍ରେ ଆପଣଙ୍କ ତଣ୍ଟି ଶୁଖି ଯାଉଥିବା ଆପଣମାନେ ଅନୁଭବ କରିଥିବେ । ସେହିପରି ରାତିରେ ଶୋଇବା ସମୟରେ ମଧ୍ୟ ଅନେକ ଲୋକଙ୍କ ତଣ୍ଟି ଶୁଖିଯାଏ । ଏହା ସାମାନ୍ୟ ଘଟଣା ହୋଇପାରେ । କାରଣ ନିଦରେ ଥିବା ସମୟରେ ମଣିଷର ମୁହଁରେ ଲାଳ ପ୍ରସ୍ତୁତ ହେବା କମ୍‌ ହୋଇଯାଏ । କିନ୍ତୁ ଯଦି ପ୍ରତ୍ୟେକ ଦିନ ଏଭଳି ସମସ୍ୟା ହେଉଛି, ତେବେ ସାବଧାନ ହୋଇଯାଆନ୍ତୁ । କାରଣ ଏଥିପ୍ରତି ଧ୍ୟାନ ନଦେଲେ ଅନେକ ରୋଗ ହୋଇପାରେ । ତେବେ ଆସନ୍ତୁ ଜାଣିବା ଏଭଳି ସମସ୍ୟା ଦେଖାଯାଉଥିଲେ କେଉଁ ସବୁ ରୋଗ ହୁଏ ।

ଶୋଇବା ସମୟରେ ତଣ୍ଟି ଶୁଖିବା କାରଣ :
ପାଟିରେ ନିଶ୍ୱାସ ନେବା, ଶରୀରରେ ଜଳର ଅଭାବ, ସ୍ଲିପ୍‌ ଏପନିୟା, କିଛି ଭିନ୍ନ ମେଡିସିନ୍‌ ସେବନ, ଭିନ୍ନ ପ୍ରକାରର ଖାଦ୍ୟ ଖାଇବା, କିଛି ମେଡିକାଲ୍‌ କଣ୍ଡିସନ୍‌, ମଦ୍ୟପାନ ଏବଂ ତମାଖୁ ସେବନ ଏବଂ ବହୁତ ପ୍ରକାରର ବ୍ରସ୍‌ ବ୍ୟବହାର କରିବା ଦ୍ୱାରା ତଣ୍ଟି ଶୁଖିବା ସମସ୍ୟା ଦେଖାଯାଏ ।

ଏକ୍ସପର୍ଟମାନେ କଣ କୁହନ୍ତି ?
ହେଲ୍ଥ ଏକ୍ସପର୍ଟମାନେ କହିଛନ୍ତି ଯେ ଶୋଇବା ସମୟରେ ବେଳେବେଳେ ତଣ୍ଟି ଶୁଖିବା ସ୍ୱାଭାବିକ ହୋଇପାରେ କିନ୍ତୁ ବାରମ୍ବାର ଏଭଳି ହେବା ଅଟୋଇମ୍ୟୁନ ଡିସଅର୍ଡର ର ଲକ୍ଷଣ ହୋଇପାରେ । ଯେଉଁଥିରେ ଇମ୍ୟୁନ ସିଷ୍ଟମ ନିଜେ ଶରୀର ବିରୁଦ୍ଧରେ କାମ କରିବା ଆରମ୍ଭ କରେ । ଏହା ଦ୍ୱାରା ଆଖି, ପାଟି ଏବଂ ଆଖପାଖ ଅଙ୍ଗରେ ଶୁଷ୍କତା ହେବା ଆରମ୍ଭ ହୁଏ । ଯେତେବେଳେ ବି ଏପରି ପରିସ୍ଥିତି ଦେଖାଯାଉଛି ସତର୍କ ହେବା ଉଚିତ୍ ଏବଂ ତୁରନ୍ତ ଡାକ୍ତରଙ୍କୁ ଦେଖା କରିବା ଉଚିତ୍ । ଯାହାଫଳରେ ସମସ୍ୟାର ସମାଧାନ ହୋଇପାରିବ ।

କିପରି ପାଇବେ ମୁକ୍ତି :
ବାରମ୍ବାର ପାଣି ପିଅନ୍ତୁ ଏବଂ ନିଜକୁ ହାଇଡ୍ରେଟ୍ ରଖନ୍ତୁ । ଶରୀରରେ ପାଣିର ମାତ୍ରା ହ୍ରାସ କରିବାକୁ ଦିଅନ୍ତୁ ନାହିଁ । ମଦ୍ୟପାନ ଏବଂ ତମାଖୁଠାରୁ ଦୂରେଇ ରୁହନ୍ତୁ । ଯଦି ସକାଳୁ ଉଠିବା ମାତ୍ରେ ଆପଣଙ୍କ ପାଟି କିମ୍ବା ଗଳା ଶୁଖିବା ଆରମ୍ଭ କରେ ତେବେ ସତର୍କ ରୁହନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.