ହରଦା ବାଣ କାରଖାନାରେ ବିସ୍ଫୋରଣ : ୧୧ ମୃତ, ୪୦ରୁ ଅଧିକ ଆହତ, ବଢିପାରେ ମୃତକଙ୍କ ସଂଖ୍ୟା

ମଧ୍ୟପ୍ରଦେଶ ହରଦାରେ ଥିବା ଏକ ବାଣ କାରଖାନାରେ ବିସ୍ଫୋରଣରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୦ରୁ ଅଧିକ ଲୋକଙ୍କ ଅବସ୍ଥା ଗୁରୁତର ହୋଇଛନ୍ତି । ଏଥିରେ ଅନେକ ଲୋକ ଫସିଥିବା ଜଣାପଡିଛି । ମୃତ୍ୟୁ ସଂଖ୍ୟା ଆଗକୁ ବଢିପାରେ ବୋଲି ଅନୁମାନ କରାଯାଉଛି ।

ମଧ୍ୟପ୍ରଦେଶ ହରଦାରେ ଥିବା ଏକ ବାଣ କାରଖାନାରେ ବିସ୍ଫୋରଣ । ଘଟଣାରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୦ରୁ ଅଧିକ ଲୋକଙ୍କ ଅବସ୍ଥା ଗୁରୁତର ହୋଇଛନ୍ତି । ଏଥିରେ ଅନେକ ଲୋକ ଫସିଥିବା ଜଣାପଡିଛି । ମୃତ୍ୟୁ ସଂଖ୍ୟା ଆଗକୁ ବଢିପାରେ ବୋଲି ଅନୁମାନ କରାଯାଉଛି । ବିସ୍ଫୋରଣରେ ସ୍ଥାନୀୟ ଅଞ୍ଚଳ ଥରି ଉଠିଥିଲା । ଆଖପାଖରେ ଥିବା ୫୦ରୁ ଅଧିକ ଘର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ନିଜ ଜୀବନ ବଞ୍ଚାଇବାକୁ ଲୋକେ ଏତେ ତେଣେ ଦୌଡୁଥିବା ଦେଖିବାକୁ ମିଳିଛି ।

ତେବେ କାରଖାନାଟି ଦୀର୍ଘଦିନରୁ ଅବୈଧକ ଭାବେ ଚାଲୁଥିଲା । ଫ୍ୟାକ୍ଟ୍ରିରେ ବିସ୍ଫୋରଣ ସମୟରେ ଅନେକ ଲୋକ କାମ କରୁଥିଲେ । ଘଟଣା ସ୍ଥଳରେ ଦମକଳ ବାହିନୀ ଏବଂ ଉଦ୍ଧାରକାରୀ ଦଳ ପହଞ୍ଚିଛି । ମାଟିତଳେ ଅନେକ ଦବିଥିବା ଆଶଙ୍କା କରାଯାଉଛି । ଘଟଣା ପରେ ହରଦାରେ ଇଣ୍ଟରନେଟ ସେବା ବନ୍ଦ କରିଦିଆଯାଇଛି । ନର୍ମଦାପୁରମରେ ୬ଟି ଦମକଳ ଗାଡି ଏବଂ ୪ଟି ଆମ୍ବୁଲାନ୍ସ ପହଞ୍ଚିଛି ।


ଏହି ଘଟଣା ପରେ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ କାର୍ଯ୍ୟାଳୟ ତରଫରୁ ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଖବର ପାଇ ଘଟଣାସ୍ଥଳରେ ଏସଡିଆରଏଫର ଟିମ ପହଞ୍ଚିବା ସହିତ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ସମସ୍ତ ଗୁରୁତରଙ୍କୁ ଆମ୍ବୁଲାନ୍ସ ଜରିଆରେ ହସ୍ପିଟାଲରେ ଭର୍ତ୍ତି କରଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.