ଶରୀରରେ ଅକ୍ସିଜେନ ବଢ଼ାଇଥାଏ ଏହି ଫଳ ଓ ପରିବା, ଖାଦ୍ୟରେ ଜରୁର କରନ୍ତୁ ସାମିଲ

ଶରୀର ପାଇଁ ଅକ୍ସିଜେନ ବହୁତ ଗୁରୁତ୍ୱପୂର୍ଣ୍ଣ । ଶରୀରରେ ଅକ୍ସିଜେନ ଲେଭଲ କମିଲେ ନିଶ୍ୱାସ ନେବା କଷ୍ଟ ହୋଇଥାଏ । ଅଣ ନିଶ୍ୱାସୀ ଲାଗିଥାଏ । ଶରୀରରେ ଅକ୍ସଜେନ ଲେଭଲ ଠିକ ରଖିବା ପାଇଁ ଆମେ ପ୍ରାକୃତିକ ଉପାୟରେ ଖାଦ୍ୟରେ ଫଳ ଓ ପରିବା ନେଇ ପାରିବା । ଆସନ୍ତୁ ଜାଣିବା ଅକ୍ସିଜେନ ବଢ଼ାଇବା ପାଇଁ କେଉଁ ଖାଦ୍ୟ ଖାଇବା ଉଚିତ୍‌ ।

ଲେମ୍ବୁ :

ଲେମ୍ବୁ ଭିଟାମିନ ସି ରେ ଭରପୁର ହୋଇଥାଏ ଓ ଏହା ରୋଗ ସହିତ ଲଢ଼ିବାର କ୍ଷମତା ମଧ୍ୟ ରଖିଥାଏ । ଏହାକୁ ଖାଇବା ଦ୍ୱାରା ଶରୀରରେ ଅକ୍ସିଜେନ ସପ୍ଲାଇ ଦ୍ରୁତ ଗତିରେ ହୋଇଥାଏ ।

ଅଙ୍ଗୁର :

ଅଙ୍ଗୁର ଖାଇବା ଦ୍ୱାରା ଆମର ଚର୍ମ ଭଲ ହୋଇଥାଏ ଓ ଅକ୍ସିଜେନ ଲେଭଲ ବଢ଼ାଇଥାଏ ।

ତରଭୁଜ :

ଗରମ ସମୟରେ ତରଭୁଜ ଶରୀରରେ କେବଳ ପାଣି ଅଭାବ ପୂରଣ କରିନଥାଏ, ଏଥିରେ ଥିବା ଲାଇକୋପିନ, ଭିଟାମିନ ସି ଶରୀରରେ ଅକ୍ସିଜେନ ମାତ୍ରା ବଢ଼ାଇଥାଏ ।

ବ୍ରୋକଲି :

ବ୍ରୋକୋଲି ଭିଟାମିନ ଓ ଆଣ୍ଟିଅକ୍ସିଡାଣ୍ଟରେ ଭରପୁର ରହିଥାଏ । ଏହା ଶରୀରରେ ଅକ୍ସିଜେନ ମାତ୍ରା ବଢ଼ାଇବା ସହ ଶରୀରର ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ ।

କୋବି :

ଭିଟାମିନ ସି ରେ ଭରପୁର ଫଳ ହେଉଛି କୋବି । ଏହାକୁ ଖାଇବା ଦ୍ୱାରା ଶରୀରରେ ଅକ୍ସିଜେନ ସପ୍ଲାଇ ଭଲ ହୋଇଥାଏ । କୋବି ଖାଇବା ଦ୍ୱାରା ଇମ୍ୟୁନିଟି ମଧ୍ୟ ଭଲ ହୋଇଥାଏ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.