ଇଜ୍ଜତ ରଖିଦେଲା ଟିମ୍, ବିଶାଖାପାଟଣାରେ ତୃତୀୟ ଟି ଟ୍ବେଣ୍ଟି ଜିତିଲା ଭାରତ
କେନ୍ୟୁଜ୍(ବ୍ୟୁରୋ): ବିଶାଖାପାଟଣାରେ ତୃତୀୟ ଟି ଟେ୍ଵଣ୍ଟି ଜିତିଲା ଭାରତ । ଦକ୍ଷିଣ ଆଫ୍ରିକାକୁ ୪୯ ରନ୍ରେ ହରାଇଲା ଟିମ୍ ଇଣ୍ଡିଆ । ୧୮୦ ରନ୍ ଟାର୍ଗେଟର ପିଛା କରୁଥିବା ଭ୍ରମଣକାରୀ ଦଳ ୧୩୧ ରନ୍ କରିଥିଲା । ହର୍ଷଲ ପଟେଲ ଓ ୟୁଜବେନ୍ଦ୍ର ଚହଳଙ୍କ ଦମଦାର ବୋଲିଂ ଆଗରେ ଧରାଶାୟୀ ହୋଇଥିଲା ଭ୍ରମଣକାରୀ ଦଳ । ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ୫ ଓ୍ଵିକେଟ ହରାଇ ୧୭୯ ରନ୍ କରିଥିଲା । ଇସାନ କିସାନ ଓ ଋତୁରାଜ ଗାଏକଓ୍ଵାଡ ଅର୍ଦ୍ଧଶତକ କରିଥିଲେ । ଏଥିସହ ୫ ଟିକିଆ ସିରିଜରେ ୨-୧ ରହିଛି ଭାରତ ।