ଘରେ ଗଙ୍ଗାଜଳ ରଖିବା ସମୟରେ କେବେ ବି କରନ୍ତୁ ନାହଁ ଏହି ଭୁଲ୍‌

ସନାତନ ଧର୍ମରେ ଗଙ୍ଗା ନଦୀ ଓ ଏହାର ପବିତ୍ର ଜଳକୁ ପୂଣ୍ୟର ପ୍ରତିକ ଭାବେ ମନାଯାଇଥାଏ । ଶାସ୍ତ୍ରରେ କୁହାଯାଇଛି ଯଦି ମୃତ୍ୟୁ ବେଳେ କାହାକୁ ଗୋଟିଏ ବୁନ୍ଦା ଗଙ୍ଗାଜଳ ମିଳିଯାଏ ତେବେ ତାଙ୍କର ମୋକ୍ଷ ହୋଇଥାଏ । ଶୁଭ ଅବା ଧାର୍ମିକ କାର୍ଯ୍ୟରେ ଗଙ୍ଗାଜଳ ବ୍ୟବହାର କରାଯାଏ । ଏଥିପାଇଁ ବହୁ ଲୋକ ଘରେ ଗଙ୍ଗା ଜଳ ରଖିଥାନ୍ତି । ତେବେ ଘରେ ଗଙ୍ଗାଜଳ ରଖିବାର କିଛି ନିୟମ ରହିଛି । ଯଦି ଏହାକୁ ଠିକ୍‌ ଭାବରେ ମନା ନଯାଏ, ତେବେ ଘର ପାଇଁ ଅଶୁଭ ହୋଇଥାଏ । ଆସନ୍ତୁ ଜାଣିବା ଘରେ ଗଙ୍ଗାଜଳ ରଖିବା ବେଳେ କେଉଁ ନିୟମ ପାଳନ କରିବା ଉଚିତ୍‌ ।

ଗଙ୍ଗାଜଳ ରଖିବା ନିୟମ :

ପବିତ୍ର ଗଙ୍ଗାଜଳ ଘରର ପୂଜା ସ୍ଥାନରେ ରଖିବା ସବୁଠୁ ପବିତ୍ର ମନାଯାଇଥାଏ । କେହି କେହି ଦୋକାନରେ ମିଳୁଥିବା ପ୍ଲାଷ୍ଟିକ ବୋତଲରେ ଥିବା ଗଙ୍ଗାଜଳ ରଖୁଛନ୍ତି । ଏହା ଅଶୁଭ ହୋଇଥାଏ । ଗଙ୍ଗାଜଳକୁ ସର୍ବଦା ତମ୍ବା, ପିତଲ କିମ୍ବା ରୁପା ପାତ୍ରରେ ରଖିବା ଉଚିତ୍‌ ।

ଗଙ୍ଗାଜଳକୁ କେବେ ବି କୌଣସି ଅନ୍ଧାର ଘର ବା କୋଣରେ ରଖନ୍ତୁ ନାହିଁ । କାରଣ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହା ନକରାତ୍ମକ ପ୍ରଭାବ ପକାଇଥାଏ ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଘରର ଇଶାନ କୋଣରେ ଦେବତାଙ୍କ ସ୍ଥାନ ମନାଯାଇଥାଏ । ତେଣୁ ଗଙ୍ଗାଜଳ ପାତ୍ରକୁ ଇଶାନ କୋଣରେ ରଖିବା ଶୁଭ ହୋଇଥାଏ । ହେଲେ ସଫା ସୁତର ସ୍ଥାନରେ ଗଙ୍ଗାଜଳ ରଖିବା ଉଚିତ୍‌ ।

ଘରେ ଛୁତିକିଆ କିମ୍ବା ମୁର୍ତିକିଆ(ଜନ୍ମ ଓ ମୃତ୍ୟୁ) ସମୟରେ ଗଙ୍ଗାଜଳକୁ ସ୍ପର୍ଶ କରିବା ଅନୁଚିତ୍‌ । ଏହା ଅଶୁଭ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.