Below header

କଣ୍ଟାକ୍ଟ ଲେନ୍ସ ବ୍ୟବହାର କରୁଛନ୍ତି କି, ତାହେଲେ ଧ୍ୟାନରେ ରଖନ୍ତୁ ଏହି କଥା

ଯଦି ଆପଣଙ୍କ ଦୃଷ୍ଟି ଶକ୍ତି ଦୁର୍ବଳ ଏବଂ ଆପଣ ଚଷମା ବଦଳରେ କଣ୍ଟାକ୍ଟ ଲେନ୍ସର ପ୍ରୟୋଗ କରୁଛନ୍ତି ତାହେଲେ ଆପଣଙ୍କୁ କିଛି ସାବଧାନତା ଅବଲମ୍ବନ କରିବା ଜରୁରୀ। ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ୫ଟି କଥା, ଯାହା ଉପରେ ଆପଣଙ୍କୁ ଧ୍ୟାନ ଦେବ ନିହାତି ଜରୁରୀ।
କଣ୍ଟାକ୍ଟ ଲେନ୍ସ ଲଗାଇବା ପୂର୍ବରୁ ନିଜ ହାତକୁ ସାବୁନରେ ଭଲଭାବେ ଧୋଇ ଦିଅନ୍ତୁ। ଧ୍ୟାନ ରଖନ୍ତୁ ହାତରେ ଯେପରି କୌଣସି ଧୂଳି ମଳି ଲାଗିନଥିବ। ନଚେତ ଏହି ଧୂଳି ଆପଣଙ୍କ ଆଖିକୁ ଚାଲିଯିବ ଏବଂ ସମସ୍ୟା ହେବ।

ହାତକୁ ପୋଛିବା ପାଇଁ ସବୁବେଳେ କଟନ କପଡା ବ୍ୟବହାର କରନ୍ତୁ। ରୁମୁରୁମିଆ କପଡା ବ୍ୟବହାର କରନ୍ତୁ ନାହିଁ। କାହିଁକିନା ଯଦି ଗୋଟିଏ ବି ସୂତା ଆଖିକୁ ଚାଲିଯାଏ ତାହେଲେ ଏହା ଆପଣଙ୍କ ବଡ ସମସ୍ୟା ଛିଡା କରିପାରେ।

କଣ୍ଟାକ୍ଟ ଲେନ୍ସ ସବୁବେଳେ ସଫା ଏବଂ ସୁସ୍ଥ ଆଖିରେ ହିଁ ବଢ଼ିଆ ଉଚିତ। ନଚେତ ଏହା ଆଖିରେ ଇନଫେକସନ ଏବଂ କୁଣ୍ଡାଇ ହେବା ଭଳି ସମସ୍ୟା କରିପାରେ।

କୌଣସି ପ୍ରକାରର ସ୍ପ୍ରେ ବ୍ୟବହାର କରିବା ସମୟରେ ଆଖି ବନ୍ଦ କରିଦିଅନ୍ତୁ। ଯେମିତି ଆଖି ସୁରକ୍ଷିତ ରହିପାରିବ।

ଶୋଇବା ସମୟରେ କଣ୍ଟାକ୍ଟ ଲେନ୍ସକୁ ବିଲକୁଲ ବି ବ୍ୟବହାର କରନ୍ତୁନାହିଁ। ଶୋଇବା ପୂର୍ବରୁ କଣ୍ଟାକ୍ଟ ଲେନ୍ସ ବାହାର କରିଦିଅନ୍ତୁ। ନଚେତ ଏହା ସଂକ୍ରମଣ ସୃଷ୍ଟି କରିପାରେ। ଯନ୍ତ୍ରଣା ହେବା ସହିତ ନାଲି ମଧ୍ୟ ପକାଇ ଦେଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.