ଲକ ଡାଉନ ସନ୍ଧ୍ୟାରେ ଘରେ ପ୍ରସ୍ତୁତ କରି “ବ୍ରେଡ ପକୋଡା” ର ମଜା ନିଅନ୍ତୁ

ଓଡ଼ିଆ ଘରେ ସ୍ନାକ୍ସ ନାଁ ଶୁଣିଲେ ସାଧାରଣତଃ ବରା, ପକୁଡ଼ି, ପିଆଜି କଥା ମନକୁ ଆସେ । ସେ ବର୍ଷା ଋତୁ ହେଉ ଅବା ଶୀତ ଦିନ ଯଦି ସନ୍ଧ୍ୟା ସମୟରେ ଗରମ ଗରମ ଏସବୁ ମିଳିଯାଏ ତେବେ ତା ମଜା ପୁରାପୁରି ନିଆରା । କିନ୍ତୁ କର୍ମ ବ୍ୟସ୍ତତା କାରଣରୁ ଅନେକେ ଘରେ ପ୍ରସ୍ତୁତ କରି ଏହାର ମଜା ନେଇ ପାରନ୍ତି ନାହିଁ । କିନ୍ତୁ ଏବେ ତ ଲକ ଡାଉନ ସମୟ । ତେଣୁ ପ୍ରାୟ ସମସ୍ତଙ୍କ ପାଖରେ ସମୟ ହିଁ ସମୟ । ତେଣୁ କରି ଘରେ ବନେଇ ସ୍ନାକ୍ସର ମଜା ନେଇ ପାରିବେ । ଆମେ ଆପଣଙ୍କ ପାଇଁ ପ୍ରତିଦିନ ତ ନୂଆ ନୂଆ ରେସିପି ନେଇ ଆସିବୁ । ତେବେ ଆସନ୍ତୁ “ବ୍ରେଡ ପକୋଡା” ଶିଖିବା । ଯାହାକୁ ଆପଣ ଅତି ସହଜରେ ମାତ୍ର ୩୦ ମିନିଟରେ ବନେଇ ପାରିବେ ।

ଆବଶ୍ୟକୀୟ ସାମଗ୍ରୀ:   

୪ ଟି ବ୍ରେଡ ସ୍ଲାଇସ

୨  କପ ବେସନ

ଲୁଣ ସ୍ୱାଦ ଅନୁସାରେ

ଅଧା ଚାମଚ ଲଙ୍କା ଗୁଣ୍ଡ

ପାଣି ଦରକାର ଅନୁଯାୟୀ

ଗୋଟେ ଆଳୁ

ଅଧା ଚାମଚ ଲୁଣ

bread pakoda

ଅଧା ଚାମଚ ଗରମ ମସଲା

ପ୍ରସ୍ତୁତି ପ୍ରଣାଳୀ:

– ପ୍ରଥମେ ଗୋଟେ ପରେ ଗୋଟେ ବ୍ରେଡ ସ୍ଲାଇସ ରଖନ୍ତୁ ।

– ବ୍ରେଡର ମଝା ମଝି ସ୍ଥାନରେ ଷ୍ଟିଲର ଏକ ଗ୍ଲାସ ରଖି ଗୋଲାକାର କରି କାଟି ଦିଅନ୍ତୁ

– ଅନ୍ୟ ପଟରେ ଆଳୁକୁ ଚକଟି ସ୍ଟାଫିଙ୍ଗ ପାଇଁ ସବୁ ଜିନିଷ ଦେଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ ।

– ଏବେ ଅନ୍ୟ ଏକ ପତ୍ରରେ ବେସନ, ଲୁଣ, ଲଙ୍କା ଗୁଣ୍ଡ, ପାଣି ଦେଇ ଏକ ଘୋଳ ବନାନ୍ତୁ

– ଏବେ ଆଳୁ ମିଶ୍ରଣରୁ ଟିକେ ଟିକେ ନେଇ ବ୍ରେଡ ସ୍ଲାଇସ ଭିତରେ ରଖି ଚାପି ଦିଅନ୍ତୁ ।

– ଏବେ ମିଡିୟମ ଆଁଚରେ ତେଲ ଗରମ କରି ବ୍ରେଡକୁ ବେସନ ଘୋଳରେ ବୁଡାଇ ଛାଣି ଦିଅନ୍ତୁ ।

– ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କ ବ୍ରେଡ ପକୋଡା ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.