Below header

ସକାଳର ବ୍ରେକ ଫାଷ୍ଟକୁ ଟିକେ ଚଟପଟା କହିବାକୁ ଇଚ୍ଛା ହେଉଛିକି, ତେବେ ଥରେ ଟ୍ରାଏ କରନ୍ତୁ “ଦହି ବ୍ରେଡ ଚାଟ”

ଲକ ଡାଉନ ପରିସ୍ଥିତିରେ ଏବେ ଦେଶବାସୀଙ୍କୁ ନିଜ ନିଜ ଘରେ ରହି ସମୟ କାଟିବାକୁ ପଡୁଛି ।  ଘରେ ଥିବା ସମୟରେ ସାଧାରଣତଃ କିଛି ସ୍ପେଶାଲ, ସ୍ୱାଦିଷ୍ଟ ଖାଇବାକୁ ଇଛା ହୋଇଥାଏ ।  ଜାରି ହୋଇଥିବା ନିୟମ ଅନୁଯାୟୀ ଏବେ ସମସ୍ତ ଦୋକାନ ଆଦିକୁ ବନ୍ଦ ରଖାଯାଇଛି | ତେଣୁ ବାହାର ସ୍ୱାଦିଷ୍ଟ ଖାଦ୍ୟର ମଜା ନେବାର ପ୍ରଶ୍ନ ହିଁ ଉଠୁନି ।  ତେଣୁ ଘରେ ହିଁ ନିଜେ ବନେଇକି ଖାଇଲେ ହିଁ ଭିନ୍ନ ଭିନ୍ନ ଖାଦ୍ୟର ମଜା ନେଇ ପାରିବେ | ଆଉ ଏତେ ବ୍ୟସ୍ତ ହୁଅନ୍ତୁନି ।  କାରଣ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ “ବ୍ରେଡ ଦହି ଚାଟ”ର ପ୍ରସ୍ତୁତି ପ୍ରଣାଳୀ ।  ଯାହା ପିଲା ଠାରୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ ସମସ୍ତଙ୍କୁ ପସନ୍ଦ ଆସିବ ।
ତେବେ ଜାଣି ରଖନ୍ତୁ ଏଥିପାଇଁ ଆବଶ୍ୟକ ହେଉଥିବା ସାମଗ୍ରୀ:

– ୪ଟି ବ୍ରେଡ ସ୍ଲାଇସ

– ଏକ କପ ଦହି

– ଏକ ଚାମଚ ଧନିଆ ପତ୍ର

bread chat

– କଟା ଯାଇଥିବା ପିଆଜ

– ଗୋଟେ ଚାମଚ ଖଟା- ମିଠା ଚଟଣି

– ଦୁଇ ଚାମଚ ସେଓ ମିକସଚର

– ଅଧା ଚାମଚ ଲଙ୍କା ଗୁଣ୍ଡ

– ଅଧା ଚାମଚ ଚାଟ ମସଲା

ପ୍ରସ୍ତୁତି ପ୍ରଣାଳୀ:

– ଦହିକୁ ଭଲ ଭାବେ ଗୋଳାଇ ଦିଅନ୍ତୁ
– ବ୍ରେଡକୁ ଟୋଷ୍ଟ କରି ଚାରି ଭାଗରେ କାଟି ଦିଅନ୍ତୁ
– ଏବେ ଗୋଟେ ପ୍ଲେଟରେ କଟା ଯାଇଥିବା ବ୍ରେଡ ରଖନ୍ତୁ  ଓ ସେଥିରେ ପୂର୍ବରୁ ଘଣ୍ଟା ଯାଇଥିବା ଦହି ଢ଼ାଲନ୍ତୁ ।
– ଏବେ ଏହା ଉପରେ କଟା ଯାଇଥିବା ପିଆଜ ଦିଅନ୍ତୁ
– ଏବେ ଏହା ଉପରେ ଖଟା ମିଠା ଚଟଣି, ଲଙ୍କା ପାଉଡର, ଚାଟ ମସଲା ଓ ଧନିଆ ପତ୍ର ଦିଅନ୍ତୁ
– ଏବେ ସେଥିରେ ସେଓ ମିଃକ୍ଚର ପକେଇ ଖାଇବାକୁ ଦିଅନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.