Below header

ଡାକ୍ତରଙ୍କ ଉପରେ ଆକ୍ରମଣ କରି ହସପିଟାଲରୁ କରୋନା ରୋଗୀଙ୍କୁ ନେଇ ଫେରାର୍ ହୋଇଗଲେ ପରିଜନ, ଆଉ ତାପରେ..

ତେଲେଙ୍ଗାନାର ହାଇଦ୍ରାବାଦରେ ବୁଧବାର କରୋନା ସଂକ୍ରମଣର ଚିକିତ୍ସା କରୁଥିବା ଡାକ୍ତର୍ ଓ ସ୍ୱାସ୍ଥ୍ୟକର୍ମୀଙ୍କ ଉପରେ ଆକ୍ରମଣ କରାଯିବା ସହ ରୋଗୀଙ୍କୁ ଧରି ଫେରାର ହୋଇଯାଇଛନ୍ତି ପରିଜନ । ହାଇଦ୍ରାବାଦର ଉଷମାନିଆ ଜେନେରାଲ ହସ୍ପିଟାଲର ଜଣେ ଡାକ୍ତରଙ୍କ କହିବା ଅନୁଯାୟୀ ଜଣେ ବ୍ୟକ୍ତିଙ୍କର ଫୁସଫୁସରେ ସଂକ୍ରମଣ ହୋଇଥିବା କାରଣରୁ ପରିବାର ଲୋକେ ଆଣି ଉକ୍ତ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ । ତେବେ ରୋଗୀ ଜଣକ କରୋନାରେ ସଂକ୍ରମିତ ହେବାର ସମ୍ଭାବନା ଦେଖି ଡାକ୍ତର୍ ତାଙ୍କର ସାମ୍ପଲ ଟେଷ୍ଟ ପାଇଁ ପଠାଇଥିଲେ ଏବଂ ରୋଗୀଙ୍କୁ ଆଇସୋଲେସନ ୱାର୍ଡକୁ ପଠାଇ ଦେଇଥିଲେ ।

ଏହାପରେ ରୋଗୀଙ୍କର ପରିଜନ ଆଇସୋଲେସନ ୱାର୍ଡ଼ରେ ପଶି ଜଣେ ଜୁନିୟର୍ ଡାକ୍ତରଙ୍କୁ ମାଡ ମାରିବା ସହ ରୋଗୀଙ୍କୁ ନେଇ ସେଠାରୁ ଫେରାର୍ ହୋଇଯାଇଥିଲେ । ପରେ ରୋଗୀଙ୍କର ସାମ୍ପଲ ପଜେଟିଭ ଆସିଥିଲା ଯାହା ବର୍ତ୍ତମାନ୍ ଚିନ୍ତାର ବିଷୟ ପାଲଟିଛି । ତେବେ ପୋଲିସ ତୁରନ୍ତ ରୋଗୀଙ୍କ ସହିତ ତାଙ୍କ ପରିବାରକୁ ନେଇ ଗାନ୍ଧୀ ହସପିଟାଲରେ ଭର୍ତ୍ତି କରାଇଛି । ଯେଉଁ ପରିଜନ ମାନେ ଗଣ୍ଡଗୋଳ କରି ରୋଗୀଙ୍କୁ ସେଠାରୁ ନେଇ ଆସିଥିଲେ ତାଙ୍କ ବିରୋଧରେ ଥାନାରେ ମାମଲା ରୁଜୁ କରାଯାଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.