ଘରେ ବନାନ୍ତୁ ଦୋକାନ ଭଳି ନଡିଆ ଲଡୁ, ବନାଇବା ପୂରା ସହଜ

ଆବଶ୍ୟକ ସାମଗ୍ରୀ

ସୁଖିଲା ନଡିଆ
୧ ବଡ ଚାମଚ ରୋଜ୍‌ ସିରପ
୨ ଚାମଚ ଘିଅ
୧ ମୁଠା ଭଜା ବାଦାମ୍‌
୧/୨ କପ୍‌ କେଣ୍ଡଦସଡ୍‌ ମିଲ୍କ
୨ ବଡ ଚାମଚ ଗୋଲାପ ଜଳ
୧/୨ କପ୍‌ କଟା ଡ୍ରାଏ ଫ୍ରୁଟ୍ସ

ପ୍ରସ୍ତୁତି ପ୍ରଣାଳୀ

  • କୋକୋନଟ୍‌ ରୋଜ୍‌ ଲଡୁ ବନାଇବା ପାଇଁ ସର୍ବପ୍ରଥମେ ଏକ ପ୍ୟାନ ଗରମ କରନ୍ତୁ ଏବଂ ସେଥିରେ ୧ ଚାମଚ ଘିଅ ପକାନ୍ତୁ।
  • ଏବେ ଘିଅ ହାଲକା ଗରମ ହୋଇଗଲେ ସେଥିରେ ଖୁଆ ଭାଜି ଦିଅନ୍ତୁ ଏବଂ ଏହାକୁ ପ୍ଲେଟକୁ ବାହାର କରିଦିଅନ୍ତୁ।
  • ଏବେ କଡାରେ ୧ ଛୋଟ ଚାମଚ ଘିଅ ପକାନ୍ତୁ ଏବଂ ସୁଖିଲା ନଡିଆ ପକାଇ ଦିଅନ୍ତୁ। ଏହି ସମୟରେ ଏହାକୁ ଲଗାତର ଚଲାନ୍ତୁ।
  • ଯେତେବେଳେ ନଡିଆ ଭଲଭାବେ ଭାଜି ହୋଇଯିବ ସେତେବେଳେ ଏଥିରେ କଣ୍ଡେନସଡ ମିଲ୍କ ସହିତ ରୋଜ୍‌ ସିରପ ବା ଗୋଲାପ ଜଳ ପକାଇ ସବୁକୁ ଏକା ସାଥିରେ ମିଶାଇ ଦିଅନ୍ତୁ।
  • ଏବେ ଏହାକୁ ଲଗାତର ଚଲାଇ ଫ୍ରାଏ ହେବାକୁ ଛାଡନ୍ତୁ।
  • ଯେତେବେଳେ ଲଡୁର ମିଶ୍ରଣ ଭଲଭାବେ ଭାଜି ହୋଇଯିବ ସେଥିରେ ଭାଜି ରଖିଥିବା ଖୁୁଆକୁ ପକାଇ ମିକ୍ସ କରନ୍ତୁ।
  • ଏବେ ଏହି ମିଶ୍ରଣକୁ ଥଣ୍ଡା ହେବାକୁ ଦିଅନ୍ତୁ।
  • ଏହାପରେ ଏହି ମିଶ୍ରଣକୁ ନେଇ ଛୋଟ ଛୋଟ ଲଡୁ ବନାଇ ଦିଅନ୍ତୁ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.