ଗଜପତିର କୁଖ୍ୟାତ ଗଞ୍ଜେଇ ମାଫିଆ ରାଧାକାନ୍ତ ନାୟକର ସମ୍ପତ୍ତି ବାଜ୍ୟାପ୍ତି କଲା ପୋଲିସ

ମୋହନା(କେନ୍ୟୁଜ୍): ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ରାଇପଙ୍କା ଗ୍ରାମର କୁଖ୍ୟାତ ଗଞ୍ଜେଇ ମାଫିଆ ରାଧାକାନ୍ତ ନାୟକର ଏକ କୋଟି ୧୭ ଲକ୍ଷ ୫୭ହଜାର ୬୯୪ ଟଙ୍କା ସମ୍ପତ୍ତିକୁ ବାଜ୍ୟାପ୍ତି କରିଛି ଗଜପତି ପୋଲିସ । ରାଇପଙ୍କା ଗ୍ରାମ ସ୍ଥିତ ସରକାରୀ ଜମିରେ ଥିବା ବାସଗୃହ ସମେତ ବ୍ରହ୍ମପୁର ଗ୍ରାମର ଆଙ୍କୁଲି ସ୍ଥିତ ଲକ୍ଷ୍ମୀ ନଗରରେ ଘରକୁ ମିଶାଇ ଦୁଇଟି ଘର ସହ ଗୋଟିଏ ଦାମୀ କାର ଓ ଏକାଧିକ ବ୍ୟାଙ୍କ ଏକାଉଣ୍ଟକୁ ସିଜ କରି ନିଜ ଅକ୍ତିଆରକୁ ଆଣିଛି ପୋଲିସ। ଏ ନେଇ  ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଗଜପତି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବାମଦେବ ସିଂ । ବହୁ ଚର୍ଚ୍ଚିତ ଗଞ୍ଜେଇ ମାଫିଆ ରାଧାକାନ୍ତ ନାୟକ ଓରଫ କ୍ରୀଷ୍ଟଦାସ ନାୟକ ନାମରେ ଅଡବା ଥାନାରେ ୧୦ଟି ,ରାୟଗଡା ଜିଲ୍ଲାର ବିଭିନ୍ନ ଥାନାରେ ତିନୋଟି ଓ ନୂଆଦିଲ୍ଲୀରେ ଗୋଟିଏ କେସକୁ ମିଶାଇ ମୋଟ ୧୪ଟି ମାମଲା ରହିଥିଲା । ବିଭିନ୍ନ ଅଞ୍ଚଳରେ ଗଞ୍ଜେଇ ଚାଷକୁ ପ୍ରତ୍ସାହନ ଯୋଗାଇବା ସହ ଗଞ୍ଜେଇ ଚୋରା କାରବାରରେ କିଙ୍ଗପିନ ସାଜିଥିଲା ।

 ଜଣଙ୍କୁ ହତ୍ୟା କରିଥିବା ମାମଲା ମଧ୍ୟ ରହିଛି ତା ନାଁରେ। ୧୫/୦୩/୨୧ରେ କର୍ଣ୍ଣାଟକ  ମହିସୁରରୁ ଗଜପତି ପୋଲିସ ତାକୁ ଗିରଫ କରିଥିଲା । ଗିରଫ ପରେ ଅଭିଯୁକ୍ତ ରାଧାକାନ୍ତ ବିଚାରଧୀନ କଏଦୀ ଭାବେ ଭଞ୍ଜନଗର ଉପକାରାଗାରରେ ବନ୍ଦୀ ରହିଥିବା ବେଳେ ଏକାଧିକ ମାମଲାର ଖୋଳତାଡ କରୁଥିଲା ପୋଲିସ । ତେବେ ବର୍ତ୍ତମାନ ଏନଡିପିଏସ ଓ ସେଫମା ୧୯୭୬ ଆକ୍ଟ  ଅନୁସାରେ କମ୍ପିଟାଣ୍ଟ ଅଥରିଟି ଏଣ୍ଡ ଆଡମିନିଷ୍ଟ୍ରେସନ କଲିକତା ତରଫରୁ ଆୟ ବହିଃଭୃତ ସମ୍ପତିକୁ ଜବତ କରି ବାଯ୍ୟାପ୍ତି କରାଯାଇଛି ।

ganja property

ସୂଚନା ଯୋଗ୍ୟ ଯେ କିଛି ବର୍ଷ ପୂର୍ବେ ମୋହନା ଅଞ୍ଚଳ ରେ ଏକ ଅଡିଓ ରେକର୍ଡ ଭାଇରଲ୍ ହୋଇଥିଲା ଯେଉଁଥିରେ ଅଂଶୁ ନାମକ ଜଣେ ଯୁବକ ପୋଲିସ ନାରେ ଜଣେ ଯୁବକଙ୍କୁ ଟଙ୍କା ମାଗିବା ସହ ଧମକ ଦେଉଥିଲା ଏବଂ ସେହି ଅଡିଓ ରେକର୍ଡରେ ସେ ରାଧାକାନ୍ତର ନା ମଧ୍ୟ ନେଇଥିଲା l ପରବର୍ତ୍ତୀ ସମୟରେ ତତ୍କାଳୀନ ଗଜପତି ଆରକ୍ଷୀ ଅଧିକ୍ଷକ ସାରା ଶର୍ମାଙ୍କ ନିର୍ଦ୍ଦେଶକ୍ରମେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ତଥା ବର୍ତ୍ତମାନର ସୋନପୁର ଜ଼ିଲ୍ଲା ଆରକ୍ଷୀ ଅଧିକ୍ଷକ ସୀତାରାମ ଶତପଥୀ ମୋହନା ଆସି ଏକ ମାମଲା ରୁଜୁ କରିଥିଲେ । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ସମ୍ପୃକ୍ତ ଯୁବକ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିନାହିଁ ଗଜପତି ପୋଲିସ।  ସତରେ କଣ ଅଂଶୁ ନାମକ ଯୁବକ ସହିତ ପୋଲିସର ଭିତିରିଆ ସମ୍ପର୍କ ରହିଛି କି? ଯଦି ନାହିଁ ତେଵେ ଦୁଇବର୍ଷ ପରେ ମଧ୍ୟ ଏହି ଯୁବକକୁ ଖୋଜିବା ପାଇଁ କିମ୍ବା ଗିରଫ କରିବା ପାଇଁ କାହିଁକି ଚେଷ୍ଟା କରୁନି ପୋଲିସ ତାହା ଏବେ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି l ତେଵେ ରାଧାକାନ୍ତ ଗିରଫ ହେବା ପରେ ଏହି ଅଂଶୁ ନାମକ ଯୁବକକୁ ପୋଲିସ କେବେ ଧରୁଛି ଏବଂ ତାକୁ ରିମାଣ୍ଡରେ ନେଇ ପଚରା ଉଚରା କରୁଛି ତାକୁ ଅପେକ୍ଷା କରିଛନ୍ତି ଅଞ୍ଚଳବାସୀ l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.