୧୪ ଫେବ୍ରୁଆରୀରୁ ସବୁ ଟ୍ରେନରେ ମିଳିବ ଏହି ସେବା, IRCTC କଲା ଘୋଷଣା

ନୂଆଦିଲ୍ଲୀ : ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର । ପୁଣି ରେଳରେ ମିଳିବ ରନ୍ଧା ଖାଦ୍ୟ । ଏମିତି ଘୋଷଣା କଲାIRCTC । ୧୪ ଫେବ୍ରୁଆରୀରୁ ଏହି ସେବା ପୁଣି ଉପଲବ୍ଧ ହେବ ଟ୍ରେନଗୁଡ଼ିକରେ । ସବୁ ଟ୍ରେନରେ ଏହି ସୁବିଧା ମିଳିବ ବୋଲି IRCTC ଘୋଷଣା କରିଛି । ଦେଶରେ ଦେଖାଦେଇଥିବା କରୋନା ମହାମାରୀ ପାଇଁ ଦୀର୍ଘ ଦିନ ହେବ ଟ୍ରେନରେ ରନ୍ଧା ଖାଦ୍ୟ ପରିବେଷଣ ବନ୍ଦ ରହିଥିଲା ।

ରେଳ ବିଭାଗର ନିର୍ଦ୍ଦେଶରେ ରନ୍ଧା ଖାଦ୍ୟ ସ୍ୱାସ୍ଥ୍ୟକର ପରିବେଶରେ ପରିବେଷଣ କରାଯିବ । ଏଥିପାଇଁ IRCTC ସମସ୍ତ ପ୍ରକାର ପ୍ରସ୍ତୁତି କରିଛି । ୨୧ ଡିସେମ୍ବର ଠାରୁ ୩୦ ପ୍ରତିଶତ ଟ୍ରେନରେ ଓ ୨୨ ଜାନୁଆରୀ ପର୍ଯ୍ୟନ୍ତ ୮୦ ପ୍ରତିଶତ ଟ୍ରେନରେ ରନ୍ଧା ଖାଦ୍ୟ ବ୍ୟବସ୍ଥା ହୋଇଥିଲା ।

ଫେବ୍ରୁଆରୀ ୧୪ରୁ ସବୁ ଟ୍ରେନରେ ରନ୍ଧା ଖାଦ୍ୟ ବ୍ୟବସ୍ଥା କରାଯିବ ବୋଲିି IRCTC ପକ୍ଷରୁ ପ୍ରକାଶ ପାଇଛି । କରୋନା ମହାମାରୀ ଯୋଗୁ ୨୩ ମାର୍ଚ୍ଚ ୨୦୨୦ ରୁ ଟ୍ରେନରେ ଖାଦ୍ୟ ପାନୀୟ ବ୍ୟବସ୍ଥା ବନ୍ଦ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.