ଚୈତନ୍ୟ ମହାପ୍ରଭୁଙ୍କ ଏହି ମିଉଜିୟମରେ ରହିଛି ଗୌଡିୟ ବୈଷ୍ଣବ ପାଣ୍ଡୁଲିପି ସହ ବହୁମୂଲ୍ୟବାନ ଜିନିଷ
କଲିକତାର ପୁଣ୍ୟତୟା ଗଙ୍ଗା ତଟରେ ଅବସ୍ଥିତ ମହାପ୍ରଭୁ ଚୈତନ୍ୟ ଦେବଙ୍କ ବାଗବଜାର ଗୌଡିୟ ମଠ। ଏହି ମଠ ଯୁଗ ଯୁଗ ଧରି ସମ୍ପ୍ରତ୍ତିର ବାର୍ତ୍ତା ଦେଇ ଆସୁଛି। ତେବେ ଗୌଡିଆ ମଠର ଇତିହାସକୁ ଧ୍ୟାନ ଦେଲେ ଅନେକ କଥା ଜଣାପଡେ। ଥରେ ମହାପ୍ରଭୁ ଶ୍ରୀଚୈତ୍ୟନ ଦେବ ମୟାପୁର ରୁ ନୀଳାଚଳ ଯାତ୍ରା କରୁଥିବା ବେଳେ ନିଜେ ଶିଷ୍ୟ ମାନଙ୍କ ସହ ବାଗବାଜରର ଏହି ସ୍ଥାନରେ ବିଶ୍ରାମ ନେଇଥିବାର ଶୁଣିବାକୁ ମିଳେ। ସେହି ସ୍ମୃତି କୁ ଉଦଜୀବିତ କରିବା ପାଇଁ ଦୀର୍ଘ ବର୍ଷ ପରେ ଚୈତନ୍ୟ ଦେବ ଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୋଇ ଭକ୍ତି ସିଦ୍ଧାନ୍ତ ସରସ୍ଵତୀ ଗୋସ୍ୱାମୀ ଠାକୁର ପ୍ରଭୁପାଦ ଏହି ମଠ ୧୯୩୦ ମସିହାରେ ପ୍ରତିଷ୍ଠା କରିଥିଲେ ।ଯାହାକି କେନ୍ଦ୍ରୀୟ ଗୌଡିୟ ମଠ ଭାବେ ସମଗ୍ର ବିଶ୍ୱରେ ଚୈତନ୍ୟ ଭବାଦର୍ଶ କୁ ପରିପ୍ରକାଶ କରି ଆସୁଛି।
ଗୌଡିୟ ମଠର ପ୍ରତିଷ୍ଠାତା ଭକ୍ତି ସିଦ୍ଧାନ୍ତ ସରସ୍ଵତୀ ଗୋସ୍ୱାମୀ ପ୍ରଭୁପାଦ ପୁରୀରେ ୧୮୭୪ ଖ୍ରୀଷ୍ଟାବ୍ଦରେ ଜନ୍ମ ଗ୍ରହଣ କରିଥିଲେ।ତାଙ୍କ ପିତା ପୁରୀର ଜିଲ୍ଲା ମାଜିଷ୍ଟ୍ରେଟ ଥିବାରୁ ତାଙ୍କ ପରିବାର ପୁରୀରେ ରହୁଥିଲେ। ପରେ ସେ ଚୈତନ୍ୟଦେବ ଭାବାଦର୍ଶରେ ବ୍ରତୀ ହୋଇ ଭାରତ ବର୍ଷର ବିଭିନ୍ନ ପ୍ରାନ୍ତରେ ଧର୍ମ ପ୍ରଚାର କରିବା ନିମିତ୍ତ ନିଜକୁ ସମର୍ପି ଦେଇଥିଲେ।
ଭାରତୀୟ ସସ୍କୃତି ଓ ଐତିହ୍ୟର ପ୍ରତିନିଧିତ୍ଵ କରୁଥିବା ଏହି ଗୌଡ଼ିୟ ମଠ ନିର୍ମାଣ ପାଇଁ ବାଂଲାଦେଶର ଶ୍ରୀଜଗବନ୍ଧୁ ଦତ୍ତ ଜମିର ବନ୍ଦୋବସ୍ତ କରିଥିଲେ।ଆଜି ସେହି ଗୌଡିୟ ମଠର ଅନ୍ୟ ଏକ ଅଂଶ ହୋଇଛି ‘ଶ୍ରୀ ଚୈତନ୍ୟ ମହାପ୍ରଭୁ ମିଉଜିଅମ୍’।ଚୈତନ୍ୟ ମହାପ୍ରଭୁ ମିଉଜିଅମ୍’ ଚୈତନ୍ୟ ଦେବଙ୍କ 150ତମ ଆବିର୍ଭାବ ଦିବସକୁ ସମ୍ମାନ ଜଣାଇ ପ୍ରତିଷ୍ଠା କରାଯାଇଥିଲା। ଏଥିରେ ପ୍ରାଚୀନ ଗୌଡ଼ିୟ ବୈଷ୍ଣବ ପାଣ୍ଡୁଲିପି ସହ ବହୁ ମୂଲ୍ୟବାନ ନିଦର୍ଶନ ସଂଗୃହିତ ହୋଇ ରହିଛି।
ଗୌଡିୟ ମଠ ଓ ମିଉଜିଅମ୍ ମହାପ୍ରଭୁ ଚୈତନ୍ୟଙ୍କୁ ନେଇ ଚର୍ଚ୍ଚା ଓ ବୈଷ୍ଣବ ମତବାଦର ପ୍ରସାର ନିମିତ୍ତ ସହାୟକ ଭୂମିକା ପାଳନ କରି ଆସୁଛି। ବିଶେଷ କରି ମାନବତା ସୃଷ୍ଟି ପାଇଁ ଭକ୍ତିମୂଳକ ଏବଂ ଆଧ୍ୟାତ୍ମିକ ସେବା ପ୍ରଦାନ କରିଥାଏ ଏହି ମିଉଜିଅମ୍।ବିଶ୍ୱରେ ଥିବା ୬୪ଟି ଗୌଡୀୟ ମଠର ଶାଖା ସହିତ ଏହି ବାଗବଜାର ମଠ ପ୍ରେମ ଶାନ୍ତି ଓ ସାର୍ବଜନୀନ ଭାତୃତ୍ୱର୍ ବାର୍ତ୍ତା ପ୍ରଦାନ କରେ।
ତେବେ ଚୈତନ୍ୟ ମହାପ୍ରଭୁ ମିଉଜିଅମ୍ ରେ ଗ୍ରନ୍ଥାଗାର,ମହାପ୍ରଭୁଙ୍କ ଲୀଳାର ବିଭିନ୍ନ ଦିଗ ଓ ସାର୍ବଜନୀନ ପ୍ରେମର ରୂପରେଖ ଇତ୍ୟାଦି ସ୍ଥାନ ପାଇଛି।ଏହା ସହିତ ଥ୍ରୀଡି ରେ ତଥ୍ୟ ଚିତ୍ର ଓ ଲୀଳାର ବର୍ଣ୍ଣନା ଅନେକଙ୍କୁ ମୁଗ୍ଧ କରିଥାଏ। ମିଉଜିୟମ୍ କୁ ପ୍ରବେଶ କଲେ ପ୍ରଥମେ ଚୈତନ୍ୟ ମହାପ୍ରଭୁଙ୍କ ଜନ୍ମ ,ବାସୁକି ଲୀଳା, ଜ୍ଞାନ ପରୀକ୍ଷା ଲୀଳା,ଧର୍ମ ଗ୍ରହଣ ଓ ଅନ୍ୟାନ୍ୟ ଲୀଳାକୁ ପ୍ରଦର୍ଶନ କରାଯାଇଛି।ଏହା ସହିତ ପ୍ରଥମ ମହଲାରେ ମହାପ୍ରଭୁଙ୍କ ପୁରୀ ଲୀଳା,ବିବାହ ଲୀଳା, କାଜି ଉଦ୍ଧାର ଲୀଳା, ଏବଂ ବାଗବଜାରର ପ୍ରତିଷ୍ଠାତା ଭକ୍ତି ସିଦ୍ଧାନ୍ତ ସରସ୍ଵତୀଙ୍କ ଜିବନାଦର୍ଶକୁ ନେଇ ପ୍ରଦର୍ଶନୀ ରହିଛି।