ଏଥରକ ଜୁରାସିକ୍‌ରେ ଉଡ଼ନ୍ତା ଡାଇନୋସର, ରିଲିଜ୍‌ ହେଲା ‘ଜୁରାସିକ୍‌ ଓ୍ଵାର୍ଲ୍ଡ : ଡୋମିନିୟନ୍‌’ର ଟ୍ରେଲର

ଜୁରାସିକ୍‌ ଓ୍ଵାର୍ଲ୍ଡର ଫ୍ୟାନ୍‌ଙ୍କ ଅପେକ୍ଷାର ଅନ୍ତ ଘଟିଛି। ହଲିଉଡ୍‌ର ନୂଆ ଫିଲ୍ମ ଜୁରାସିକ୍‌ ଓ୍ଵାର୍ଲ୍ଡ: ଡୋମିନିୟନ୍‌ର ପ୍ରଥମ ଟ୍ରେଲର ସାମ୍ନାକୁ ଆସିଛି। ଏହି ଫିଲ୍ମର ଟ୍ରେଲର ଇଂରାଜୀ ସମେତ ହିନ୍ଦୀ, ତାମିଲ ଓ ତେଲୁଗୁ ଭାଷାରେ ରିଲିଜ୍‌ କରାଯାଇଛି। ଜୁରାସିକ୍‌ ଓ୍ଵାର୍ଲ୍ଡର ଏହି ଫିଲ୍ମ ଦମ୍‌ଦାର ଆକ୍ସନ୍‌ ଓ ଥ୍ରୀଲରରେ ଭରପୂର। ନିର୍ଦ୍ଦେଶକ କର୍ଲିନ୍‌ ଟ୍ରେଭୋର ଓ ୟୁନିଭର୍ସାଲ ପିକ୍ଚର୍ସର ଏହି ଫିଲ୍ମ ଜୁରାସିକ୍‌ ଓ୍ଵାର୍ଲ୍ଡ ଫ୍ରାଞ୍ଚାଇଜ୍‌ର ତୃତୀୟ ଫିଲ୍ମ। ୨୦୧୫ରେ ଏହି ଫ୍ରାଞ୍ଚାଇଜ୍‌ର ପ୍ରଥମ ଫିଲ୍ମ ସାମ୍ନାକୁ ଆସିଥିଲା।

ଦେଖନ୍ତୁ ଟ୍ରେଲର:

Video Credit: Universal Pictures India
ଫିଲ୍ମରେ କ୍ରିସ୍‌ ପ୍ରଟ୍‌ ଓ ବ୍ରାଇସ୍‌ ଡଲାସ୍‌ ହାଓ୍ଵର୍ଡ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି। ଜୁରାସିକ୍‌ ଓ୍ଵାର୍ଲ୍ଡ: ଡୋମିନିୟନ୍‌ର ଏହି ପାଖାପାଖି ୩ ମିନିଟ୍‌ର ଟ୍ରେଲରରେ ଡାଇନୋସର ବରଫାବୃତ ଅଞ୍ଚଳରେ ବୁଲୁଥିବାର ଓ ସମୁଦ୍ରରେ ପହଁରୁଥିବାର ଦେଖିବାକୁ ମିଳିଛି। ଟ୍ରେଲରରେ କ୍ରିସ୍‌ ଡାଇନୋସରଙ୍କ ପଛରେ ଘୋଡ଼ାରେ ଦୌଡ଼ୁଥିବା ଦେଖାଯାଇଛି। ସେ କହୁଛନ୍ତି, ମୁଁ ସବୁବେଳେ ଏମିତି କିଛି କରିବାକୁ ଚାହୁଁଥିଲି ଯାହା କେହି କେବେ ସ୍ୱପ୍ନରେ ବି ଚିନ୍ତା କରିନଥିବେ।

ଏହି ଫିଲ୍ମ ଜୁନ୍‌ ମାସ ୧୦ ତାରିଖରେ ହଲ୍‌ରେ ରିଲିଜ୍‌ ହେବ। ଫିଲ୍ମରେ ଭରପୂର ଆକ୍ସନ୍‌ ସିନ୍‌ ଦେଖିବାକୁ ମିଳିବ। ଏହାର ଟ୍ରେଲରରୁ ସ୍ପଷ୍ଟ ହୋଇଛି ଯେ ଫିଲ୍ମଟି ବିଗ୍‌ ବଜେଟ୍‌ର। ଏହି ଫିଲ୍ମରେ ବଡ଼ ବଡ଼ ଉଡ଼ନ୍ତା ଡାଇନୋସରଙ୍କୁ ବି ଦେଖିବାକୁ ମିଳିବ। ଏଣୁ ରୋମାଞ୍ଚ ମଧ୍ୟ ଦୁଇ ଗୁଣ ହେବ ବୋଲି ଆଶା କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.