Below header

ଆଜି ଘରେ ପ୍ରସ୍ତୁତ କରନ୍ତୁ ରେଷ୍ଟୁରାଣ୍ଟ ଷ୍ଟାଇଲ ଫିସ୍ ଟିକ୍କା ମସଲା

ଆବଶ୍ୟକୀୟ ସାମଗ୍ରୀ

  • ମାଛ 5/6 ପିସ୍
  • ଅଦା ରସୁଣ ପେଷ୍ଟ 3 ଚାମଚ
  • ପିଆଜ ଗୋଟିଏ
  • ଟମାଟୋ ଗୋଟିଏ
  • କାଜୁ
  • ଜୀରା
  • ହଳଦୀଗୁଣ୍ଡ
  • ଲଙ୍କାଗୁଣ୍ଡ
  • ଧନିଆ ଗୁଣ୍ଡ
  • ଜିରାଗୁଣ୍ଡ
  • ଗରମ୍ ମସଲା
  • ଫ୍ରେସ୍ କ୍ରିମ 1 ଚାମଚ
  • ମେଥି ପତ୍ର
  • ଧନିଆପତ୍ର
  • ଲେମ୍ବୁ
  • ବଟର
  • ଗୁଜୁରାତି, ଡାଲଚିନି, ଲବଙ୍ଗ
  • ତେଲ
  • ସ୍ଵାଦ ଅନୁସାରେ ଲୁଣ

Fish Tikka Masala Recipe | Masala TV

ପ୍ରସ୍ତୁତି ପ୍ରଣାଳୀ

ଫିସ୍ ଟିକ୍କା ମସଲା ପ୍ରସ୍ତୁତ କରିବା ପାଇଁ ସର୍ବପ୍ରଥମେ ଏକ ପାତ୍ରରେ ଦେଢ ଚାମଚ ଅଦା ରସୁଣ ପେଷ୍ଟ ହଳଦୀ ଗୁଣ୍ଡ, ଲଙ୍କାଗୁଣ୍ଡ, ଜିରାଗୁଣ୍ଡ, ଧନିଆ ଗୁଣ୍ଡ, ଗରମ୍ ମସଲା ଗୁଣ୍ଡ, ଲୁଣ ଓ ଲେମ୍ବୁ ପକାଇ ଭଲଭାବେ ଗୋଳାଇ ଦିଅନ୍ତୁ । ତାପରେ ଏହି ମସଲାରେ ମାଛକୁ ପକାଇ ଗୋଳାଇ ଭଲଭାବେ ମ୍ୟାରୀନେଟ୍ କରି 15 ମିନିଟ୍ ପର୍ଯ୍ୟନ୍ତ ରଖି ଦିଅନ୍ତୁ । ବର୍ତ୍ତମାନ୍ ଏକ ପ୍ୟାନରେ ତେଲ ଗରମ୍ କରି ଏହାକୁ ଭାଜି ଦିଅନ୍ତୁ । ମାଛ ଭାଜି ସରିଲା ପରେ ଆଉ ଏକ ପ୍ୟାନରେ ଅଳ୍ପ ତେଲ ଗରମ୍ କରି ସେଥିରେ ଜୀରା, ଗୁଜୁରାତି, ଡାଲଚିନି, ଲବଙ୍ଗ ଓ ପିଆଜ ପକାଇ ଭାଜନ୍ତୁ । ଟିକେ ଭାଜି ହୋଇଗଲା ପରେ ସେଥିରେ ଗୋଟେ ମୁଠା କାଜୁ ପକାଇ ଦିଅନ୍ତୁ ଏବଂ ତାପରେ ସେଥିରେ ଟମାଟୋ ପକାଇ 4 ରୁ 5 ମିନିଟ୍ ପର୍ଯ୍ୟନ୍ତ ଭାଜନ୍ତୁ । ଏହା ଟିକେ ଭାଜି ହୋଇଗଲା ପରେ ତାକୁ କାଢ଼ି ଥଣ୍ଡା କରି ଭଲଭାବେ ପେଷ୍ଟ ବନାଇ ଦିଅନ୍ତୁ ।

ବର୍ତ୍ତମାନ୍ ଏକ ପ୍ୟାନରେ ବଟର ଗରମ୍ କରି ସେଥିରେ ଏକ ଚାମଚ ଅଦା ରସୁଣ ପେଷ୍ଟ ପକାଇ କଷନ୍ତୁ । ତାପରେ ଏଥିରେ ପେଷ୍ଟ କରି ରଖିଥିବା ମସଲା ପକାଇ ଧିମା ଆଞ୍ଚରେ କିଛି ସମୟ ପର୍ଯ୍ୟନ୍ତ ଗୋଳାନ୍ତୁ । ବର୍ତ୍ତମାନ୍ ଏଥିରେ ହଳଦୀଗୁଣ୍ଡ, ଲଙ୍କାଗୁଣ୍ଡ, ଧନିଆ ଗୁଣ୍ଡ ଓ ଅଳ୍ପ ଲୁଣ ପକାଇ ଭଲଭାବେ ଗୋଳାଇ ଦିଅନ୍ତୁ । ଆଉ ତାପରେ ମସଲାରେ ଫ୍ରେସ୍ କ୍ରିମ ଓ ମେଥି ପତ୍ର ପକାଇ ଗୋଳାଇ ଦିଅନ୍ତୁ । ବର୍ତ୍ତମାନ୍ ଏଥିରେ ଅଧ ଗ୍ଲାସ୍ ପାଣି ଦେଇ ଫୁଟାନ୍ତୁ । ଏହା ଟିକିଏ ଫୁଟିଗଲା ପରେ ସେଥିରେ ମାଛକୁ ଧୀରେ ଧୀରେ ପକାଇ ଫ୍ରାଏ କରନ୍ତୁ । କିଛି ସମୟ ଫ୍ରାଏ କଲାପରେ ସେଥିରେ ଧନିଆପତ୍ର ଓ ଆପଣ ଚାହିଁଲେ ଅଳ୍ପ ଲେମ୍ବୁ ମଧ୍ଯ ଚିପୁଡ଼ି ପାରିବେ । ବର୍ତ୍ତମାନ୍ ପ୍ରସ୍ତୁତ ହୋଇଗଲା ଆପଣଙ୍କର ରେଷ୍ଟୁରାଣ୍ଟ ଷ୍ଟାଇଲ୍ ସ୍ଵାଦିଷ୍ଟ ଫିସ୍ ଟିକ୍କା ମସଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.