Below header

ଟିଭି ଦେଖିବା ସମୟରେ ଆପଣ କରୁଛନ୍ତି କି ଏହି ଭୁଲ ? ତାହେଲେ ଶରୀରକୁ ଭୋଗିବାକୁ ପଡ଼ିପାରେ ଅନେକ କ୍ଷତି

ଯଦି ଆପଣ ବି ସେହି ଲୋକମାନଙ୍କ ମଧ୍ୟରେ ଅଛନ୍ତି ଯେଉଁମାନେ ଟିଭି ଦେଖିବା ସମୟରେ ଟିଫିନ୍ କିମ୍ବା ଅନ୍ୟ ଖାଦ୍ୟ ଖାଆନ୍ତି ତାହେଲେ ସାବଧାନ୍ ହୋଇଯାଆନ୍ତୁ । ଏହି ଅଭ୍ୟାସ ଆପଣଙ୍କ ଶରୀରର ଅନେକ କ୍ଷତି କରିପାରେ । ସେଥିପାଇଁ ଆଜି ଆମେ ଆପଣଙ୍କୁ କହିବୁ ଟିଭି ଦେଖିବା ସମୟରେ ଖାଦ୍ୟ ଖାଇଲେ ଆପଣଙ୍କ ଶରୀରରେ କି ପ୍ରକାର କ୍ଷତି ହୋଇଥାଏ ।

ଅନେକ ଗବେଷଣାରୁ ଜଣାପଡ଼ିଛି ଯେ ଟିଭି ଦେଖିବା ସମୟରେ ଖାଦ୍ୟ ଖାଇବା ଦ୍ୱାରା ଶରୀରରେ ମେଟାବୋଲିକ୍ ସିଣ୍ଡ୍ରୋମର ଆଶଙ୍କା ଦେଖାଦେଇଥାଏ । ଏହା ମଧ୍ଯ ଦେଖିବାକୁ ମିଳିଛି ଯେ ମେଟାବୋଲିକ୍ ସିଣ୍ଡ୍ରୋମ କାରଣରୁ ପିଲାମାନଙ୍କ ଠାରେ ବ୍ଲଡ଼ ପ୍ରେସର୍, ହାଇ ବ୍ଲଡ଼ ସୁଗାର, ମେଦ ବୃଦ୍ଧି ଏବଂ କୋଲେଷ୍ଟେରଲ୍ ବଢିବା ଭଳି ସମସ୍ୟା ଦେଖାଦେଇଥାଏ । ଏହାବ୍ୟତିତ ଟିଭି ଦେଖି ଖାଇବା ସମୟରେ ସାଧାରଣତଃ ଲୋକମାନେ ଟିକେ ଅଧିକ ଖାଇ ଦେଇଥାନ୍ତି ଯାହାକି ଶରୀର ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ ।

Side Effects of Watching TV While Eating on You & Your Child

ସାଧାରଣତଃ ଟିଭି ଦେଖିବା ସମୟରେ ପିଲାମାନେ ଯେଉଁ ପୋଜିସନରେ ଥାଆନ୍ତି ସେମିତି ହିଁ ଖାଇଥାନ୍ତି ତେଣୁ ଭୁଲ ପୋଜିସନରେ ବସି ଖାଇବା କାରଣରୁ ଶରୀରରେ ବଦହଜମି ଭଳି ସମସ୍ୟା ଦେଖାଦେଇଥାଏ । ଏହାବ୍ୟତୀତ କ୍ଷମତାରୁ ଅଧିକ ଏବଂ ଭୁଲ ଭାବେ ବସି ଖାଇବା କାରଣରୁ ପିଲାମାନେ ମୋଟାପଣର ଶିକାର ହୋଇଥାନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.