ଭାରତରେ ୧୦ ହଜାର ଟପିଲା କରୋନା ଆକ୍ରାନ୍ତ ସଂଖ୍ୟା, ବର୍ତ୍ତମାନ ସୁଦ୍ଧା ଗଲାଣି ୩୫୩ଜଣଙ୍କ ଜୀବନ

ନୂଆଦିଲ୍ଲୀ: ଭାରତରେ ୧୦ ହଜାର ଟପିଛି କରୋନା ଆକ୍ରାନ୍ତ ସଂଖ୍ୟା । ମୋଟ ଆକ୍ରାନ୍ତ ସଂଖ୍ୟା ୧୦ ହଜାର ୮୧୫ରେ ପହଞ୍ଚିଛି । ମୃତ୍ୟୁ ସଂଖ୍ୟା ମଧ୍ୟ ବଢି ଚାଲିଛି । ୩୫୩ ଜୀବନ ନେଲାଣି କରୋନା । ତେବେ ବର୍ତ୍ତମାନ ସୁଦ୍ଧା ୧୧ଶହ ୯୦ ଜଣ ସଂପୂର୍ଣ୍ଣ ସୁସ୍ଥ ହୋଇସାରିଲେଣି । ୯ ହଜାର ୨୭୨ ଜଣ ଚିକିତ୍ସାଧୀନ ଅଛନ୍ତି ।

ଆଜି ପର୍ଯ୍ୟନ୍ତ ପରୀକ୍ଷା ହୋଇଛି ୨ ଲକ୍ଷ ୩୧ହଜାର ୯୦୨ଟି ନମୂନା । ଦେଶରେ ଯେତିକି କିଟ୍‌ ଅଛି, ସେଥିରେ ଆଗାମୀ ୬ ସପ୍ତାହ ପର୍ଯ୍ୟନ୍ତ ଟେଷ୍ଟ କରାଯାଇପାରିବ । ଆଉ ୩୩ ଲକ୍ଷ RT-PCR କିଟ୍‌ ଓ ୩୭ ଲକ୍ଷ ରାପିଡ କିଟ୍‌ ପାଇଁ ଅର୍ଡର କରାଯାଇଛି । ଯଦି କୌଣସି ଅଞ୍ଚଳରୁ ୨୮ ଦିନ ଧରି ନୂଆ ମାମଲା ନଆସେ, ତେବେ ସେହି ଅଞ୍ଚଳରେ କରୋନା ଚେନ୍‌ ଛିଣ୍ଡିଥିବା କୁହାଯାଇ ପାରିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି । ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ହଜାର ୩ ଶହ ପାର କରିଥିବା ବେଳେ ମୃତ୍ୟୁବରଣ କଲେଣି ୧୬୦ ଜଣ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.