Below header

ବିଶ୍ୱରେ ବଢି ଚାଲିଛି ମହାମାରୀ, ଗତ ୨୪ ଘଣ୍ଟାରେ ଆମେରିକାରେ ୨ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ

ବିଶ୍ୱରେ ବଢିବଢି ଚାଲିଛି ମହାମାରୀ କରୋନା ବିପର୍ଯ୍ୟୟ । ବିଶ୍ୱରେ ଏଯାଏ ୧୯ ଲକ୍ଷ ୯୮ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ମୃତ୍ୟୁ ସଂଖ୍ୟା ୧ଲକ୍ଷ ୨୬ ହଜାର ୬୦୩ ହୋଇଛି । ୪ ଲକ୍ଷ ୭୮ ହଜାରରୁ ଅଧିକ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସବୁଠୁ ଅଧିକ ପ୍ରଭାବିତ ହୋଇଛି ଆମେରିକା । ୬ ଲକ୍ଷ ୧୩ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୃତ୍ୟୁ ସଂଖ୍ୟା ୨୬ ହଜାର ୪୭ରେ ପହଞ୍ଚିଛି ।

usଆମେରିକାରେ ଗତ ୨୪ ଘଣ୍ଟାରେ ୨ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇ ସାରିଲାଣି । ସେହିପରି ସ୍ପେନ୍‌ରେ ୧ ଲକ୍ଷ ୭୪ ହଜାର ଆକ୍ରାନ୍ତ ହୋଇଥିବା ବେଳେ ୧୮ ହଜାର ୨୫୫ ଜଣଙ୍କର ଜୀବନ ଗଲାଣି । ଇଟାଲିରେ ୧ ଲକ୍ଷ ୬୨ ହଜାରରୁ ଅଧିକ ଆକ୍ରାନ୍ତ ହୋଇଥିବା ବେଳେ ୨୧ହଜାର ୬୭ଜଣଙ୍କର ମୃତ୍ୟୁ ହୋଇଛି । ଜର୍ମାନୀରେ ୧ ଲକ୍ଷ ୩୨ ହଜାର ଆକ୍ରାନ୍ତ ହୋଇଥିବା ବେଳେ ୩ ହଜାର ୪୯୫ ଜଣଙ୍କ ମୃତ୍ୟୁ ହୋଇଛି । ଫ୍ରାନ୍ସରେ ୧ ଲକ୍ଷ ୪୩ ହଜାର ଆକ୍ରାନ୍ତ ହୋଇଛନ୍ତି । ୧୫ ହଜାର ୭୨୯ ଜଣଙ୍କର ଜୀବନ ଗଲାଣି । ବ୍ରିଟେନ୍‌ରେ ୯୩ ହଜାର ଆକ୍ରାନ୍ତ ହୋଇଥିବା ବେଳ ୧୨ ହଜାର ୧୦୭ ଜଣ ମୃତ୍ୟୁବରଣ କଲେଣି । ସେହିପରି ଚୀନ୍‌ରେ ୮୨ ହଜାର ଆକ୍ରାନ୍ତ ହୋଇଥିବା ବେଳେ ୩ ହଜାର ୩୪୧ଙ୍କ ଜୀବନ ଗଲାଣି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.