Below header

କରୋନାରେ ଆହତ ଆମେରିକା ବନ୍ଦ କଲା WHOର ଫଣ୍ଡିଙ୍ଗ, ଘୋଷଣା କଲେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

ଚୀନରୁ ଆରମ୍ଭ ହୋଇଥିବା କରୋନା ଭାଇରସ୍ ଆମେରିକାରେ ଏବେ ମୃତ୍ୟୁର ଦୂତ ସାଜିଛି । ଏହି ମାରାତ୍ମକ ଭାଇରସ୍ କାରଣରୁ ଆମେରିକାରେ 25,000 ରୁ ଉର୍ଦ୍ଧ୍ଵ ଲୋକଙ୍କର ମୃତ୍ୟୁ ହୋଇସାରିଲାଣି । ତେବେ କରୋନା ସଂକ୍ରମଣକୁ ରୋକିବାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO)ର ଭୂମିକା ଦେଖି ବର୍ତ୍ତମାନ ଆମେରିକା ମଧ୍ଯ ଖପା । କିଛିଦିନ ତଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ WHOକୁ ଚୀନର ସପକ୍ଷବାଦୀ ବୋଲି କହି ଫଣ୍ଡିଙ୍ଗ ବନ୍ଦ କରିବାର ଧମକ ଦେଇଥିଲେ । ତେବେ ନିକଟରେ ଟ୍ରମ୍ପ WHOର ଫଣ୍ଡିଙ୍ଗ ରୋକିବେ ବୋଲି ଘୋଷଣା କରିଛନ୍ତି । ଏହି ଘୋଷଣା କରିବା ସମୟରେ ସେ WHO ଉପରେ ଅନେକ ଆରୋପ ଲଗାଇବା ସହିତ କରୋନା ସଂକ୍ରମଣ ବ୍ୟାପିବା କଥାକୁ ଲୁଚାଇବା ଏବଂ ଅନେକ କୁପ୍ରବନ୍ଧନରେ WHO ର ଭୂମିକା ଉପରେ ସମୀକ୍ଷା କରାଯାଉଛି ବୋଲି କହିଥିଲେ । ଏହାବ୍ୟତୀତ WHO କରୋନା ସଂକ୍ରମଣକୁ ନେଇ ଗମ୍ଭୀରତା ପ୍ରଦର୍ଶନ କରୁନାହିଁ ବୋଲି ସେ ମତ ଦେଇଥିଲେ ।

ସୁଚନା ଅନୁଯାୟୀ ଗତବର୍ଷ ଆମେରିକା WHO କୁ 400 ମିଲିୟନ ଡ଼ଲାର ଦାନ କରିଥିଲେ ତେବେ ବର୍ତ୍ତମାନ୍ ସେହି ପଇସାକୁ କଣ କରାଯିବ ତା ଉପରେ ଆମେ ବିଚାର୍ କରିବୁ ବୋଲି କହିଥିଲେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସୁଚନା ଅନୁଯାୟୀ କିଛି ଦିନ ତଳେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ଚୀନ କୈନ୍ଦ୍ରିକ ବୋଲି ଆରୋପ ଲଗାଇ ଆମେରିକା ପକ୍ଷରୁ ଦିଆଯାଉଥିବା ଫଣ୍ଡ ବନ୍ଦ କରିବ ବୋଲି ଚେତାବନୀ ଦେଇଥିଲା ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.