ରାଜ୍ୟରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ୫ ନୂଆ ପଜିଟିଭ୍‌ଙ୍କ ଚାଲିଛି କଣ୍ଟାକ୍ଟ ଟ୍ରେସିଂ

ଭୁବନେଶ୍ବର: ରାଜ୍ୟରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏପର୍ଯ୍ୟନ୍ତ ୬୦ ଜଣ ଭୂତାଣୁରେ ସଂକ୍ରମିତ । ସେମାନଙ୍କ ଭିତରୁ ଆରୋଗ୍ୟ ଲାଭ କରିଛନ୍ତି ୧୮ ଜଣ । ଜଣଙ୍କର ମୃତ୍ୟୁ ହୋଇଛି । ଆକ୍ଟିଭ କେସ୍‌ ରହିଛି ୪୧ । ଏପର୍ଯ୍ୟନ୍ତ ରାଜ୍ୟର ୯ଟି ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି କରୋନା ପଜିଟିଭ୍‌ । ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ସର୍ବାଧିକ ୪୬ ଜଣ ଆକ୍ରାନ୍ତ । ୧୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି କେନ୍ଦ୍ରାପଡ଼ା, ସୁନ୍ଦରଗଡ଼, ଭଦ୍ରକ, ଯାଜପୁର, ଢେଙ୍କାନାଳ, କଳାହାଣ୍ଡିରୁ ଆକ୍ଟିଭ କେସ୍‌ ରହିଥିବା ବେଳେ କଟକ ଓ ପୁରୀ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

corona odisha picଗତକାଲି ୨୪ ଘଣ୍ଟାରେ ୫ ଜଣଙ୍କ ରିପୋର୍ଟ ଆସିଥିଲା ପଜିଟିଭ୍‌ । ପେସେଣ୍ଟ ନମ୍ବର ୫୬, ୫୭, ୫୮, ୫୯ ଓ ୬୦ । ପେସେଣ୍ଟ ନମ୍ବର ୫୬ ଯାଜପୁର ଜିଲ୍ଲାରୁ ଓ ଅନ୍ୟମାନେ ଭୁବନେଶ୍ୱରରୁ ଚିହ୍ନଟ ହୋଇଥିଲେ । ଏମାନଙ୍କ ଭିତରେ ଅଛନ୍ତି ଚାରି ଜଣ ପୁରୁଷ ଓ ଜଣେ ମହିଳା । ସମସ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି ମିଳିଥିଲା ବେଳେ ସେମାନଙ୍କ ସଂସ୍ପର୍ଶରେ କେଉଁମାନେ ଆସିଛନ୍ତି ? କାହା ସହ ସେମାନେ ମିଶିଥିଲେ ? କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.