ଆଜି ଘରେ ବନାନ୍ତୁ ଚଟପଟା ପନୀର କୁଲଚା, ବନାଇବା ବହୁତ ସହଜ

ଆବଶ୍ୟକ ସାମଗ୍ରୀ

  • ୨୦୦ ଗ୍ରାମ୍‌ ପନୀର (କସା ହୋଇଥିବା)
  • ୧ ଛୋଟ ପିଆଜ
  • ୧/୨ ଚାମଚ ଲାଲ ଲଙ୍କା ପାଉଡର
  • ୧/୨ ଛୋଟ ଚାମଚ କଲୋଞ୍ଜୀ
  • ୧ ଚାମଚ ବଟର
  • ୨ କପ୍‌ ମଇଦା
  • ୧/୨ ଚାମଚ ଛୋଟ ବେକିଙ୍ଗ ପାଉଡର
  • ୧/୪ ଚାମଚ ସୋଢ଼ା
  • ୧/୨ ଚାମଚ ଲୁଣ
  • ୧ ଚାମଚ ଚିନି
  • ୧/୨ କପ୍‌ କ୍ଷୀର
  • ୧ ବଡ ଚାମଚ ଦହି
  • ୧ କପ୍‌ ତେଲ
  • ଲୁଣ ସ୍ୱାଦାନୁସାରେ

ପ୍ରସ୍ତୁତି ପ୍ରଣାଳୀ

  1. ସର୍ବପ୍ରଥମେ ଏକ ପାତ୍ରରେ ମଇଦା, ବେକିଙ୍ଗ ପାଉଡର, ବେକିଙ୍ଗ ସୋଡା ଏବଂ ଲୁଣ ସହିତ ମିଶାଇ ଛାଣି ଦିଅନ୍ତୁ।
  2. ଏହାପରେ ଏଥିରେ ଚିନି, କ୍ଷୀର, ଦହି ଏବଂ ଲୁଣ ପକାଇ ଭଳଭାବେ ଚକଟି ଦିଅନ୍ତୁ। ଏହି ଚକଟାକୁ ଏକ ଛୋଟ ଚାମଚ ତେଲ ଲଗାଇ ଓଦା କପଡାରେ ଘୋଡାଇ ଏକ ଘଣ୍ଟା ପାଇଁ ଅଲଗା ରଖିଦିଅନ୍ତୁ।
  3. ଏହି ଚକଟାରେ ଏକ ଛୋଟ ଚାମଚ ତେଲ ଲଗାଇ ଓଦା କପଡାରେ ଘୋଡାଇ ଗୋଟେ ଘଣ୍ଟା ପର୍ଯ୍ୟନ୍ତ ଅଲଗା ରଖି ଦିଅନ୍ତୁ।
  4. ଏବେ ଏକ ପାତ୍ରରେ ପିଆଜ କାଟି ପନୀର ସହିତ ମିଶାଇ ଦିଅନ୍ତୁ।
  5. ପନୀର-ପିଆଜ ମିକ୍ସଚରରେ ଲୁଣ ଏବଂ ଲାଲ ଲଙ୍କା ପାଉଡର ପକାଇ ଭଲଭାବେ ମିଶାଇ ଦିଅନ୍ତୁ।
  6. ଏବେ ନିଜ ପାପୁଲୀରେ ଅଳ୍ପ ତେଲ ଲଗାଇ ଅଟା ଗୋଲା ବନାଇ ଦିଅନ୍ତୁ।
  7. ଏବେ ସମସ୍ତ ଗୋଲାକୁ ହାତରେ ଦବାଇ ବଡ କରି ତାଭିତରେ ପ୍ରସ୍ତୁତ କରି ରଖିଥିବା ପନୀର ଷ୍ଟଫିଙ୍ଗର ଭର୍ତ୍ତି କରି ଚାରିପଟୁ ଭଲଭାବେ ବନ୍ଦ କରିଦିଅନ୍ତୁ।
  8. ଏବେ ପନୀର ଷ୍ଟଫିଙ୍ଗର ଗୋଲାରେ ହାଲକା ତେଲ ଲଗାଇ ୧୫ ମିନିଟ୍‌ ପାଇଁ ଅଲଗା ରଖିଦିଅନ୍ତୁ।
  9. ଏବେ ପ୍ରସ୍ତୁତ ଗୋଲାକୁ ହାଲକା ହାତରେ ପାଣି ଲଗାଇ ଗୋଲ ଆକାରର କୁଲଚା ବେଲି ଦିଅନ୍ତୁ।
  10. ନନଷ୍ଟିକ ତାଓ୍ଵା ଗରମ କରନ୍ତୁ ଏବଂ ପ୍ରସ୍ତୁତ କୁଲଚାକୁ ପାଣି ଲଗାଯାଇଥିବା ସାଇଡକୁ ତାଓ୍ଵା ଉପରେ ରଖନ୍ତୁ। ଯେତେବେଳେ କୁଲଚା ସୁନେଲୀ ରଙ୍ଗ ହୋଇଯିବ ଏହାକୁ ଓଲାଟାଇ ଦିଅନ୍ତୁ।
  11. ଏହାର ଆର ପାଖକୁ ସୁନେଲୀ ରଙ୍ଗ ହେବା ପର୍ଯ୍ୟନ୍ତ ତାଓ୍ଵାରେ ସେକନ୍ତୁ। ଏହିପରି ଭାବେ ସମସ୍ତ କୁଲଚା ପ୍ରସ୍ତୁତ କରିଦିଅନ୍ତୁ।
  12. ଏବେ ଆପଣଙ୍କର ପନୀର କୁଲଚା ପ୍ରସ୍ତୁତ ହୋଇଯାଇଛି। ଏହାକୁ ଗ୍ରୀନ ଚଟଣୀ କିମ୍ବା ଦହି ସହିତ ଗରମା ଗରମ ସର୍ଭ କରନ୍ତୁ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.