ଏକଦମ୍‌ ଭୋଜି ଷ୍ଟାଇଲ ମୁଗ ଡାଲି ହାଲଓ୍ଵା ବନାନ୍ତୁ ଘରେ, କେମିତି ବନାଇବେ ଜାଣନ୍ତୁ

ବ୍ରେକଫାଷ୍ଟ ହେଉ ଅବା ଟିଫିନରେ କଣ ପ୍ରସ୍ତୁତ ହେବ, ଏହାକୁ ନେଇ ସବୁବେଳେ ମନରେ ଚିନ୍ତା ଥାଏ। କାହିଁକିନା ପ୍ରତିଦିନ ଏକା ପ୍ରକାର ଖାଦ୍ୟ ଖାଇ ଖାଇ ବୋର ଲାଗିଥାଏ। ତେଣୁ ଆଜି ଆମେ ଆଣିଛୁ ଆପଣଙ୍କ ପାଇଁ ଏକ ନୂଆ ରେସିପି। ଯାହା ସ୍ୱାଦିଷ୍ଟ ସହିତ ସ୍ୱାସ୍ଥ୍ୟକର ମଧ୍ୟ। ଏହାକୁ ବନାଇବା ବି ବହୁତ ସହଜ। ତାହେଲେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

  • ଅଧା କପ୍‌ ୫ରୁ ୬ ଘଣ୍ଟା ଭିଜାଇ ରଖିଥିବା ମୁଗ ଡାଲି
  • ୧/୨ କପ୍‌ ଘିଅ
  • ଅଧା କପ୍‌ (ପାଣି ଏବଂ କ୍ଷୀର ସହିତ ମିଶାଇ ଥିବା ଚିନି)
  • ୧/୨ କପ୍‌ – କ୍ଷୀର
  • ୧ କପ୍‌ ପାଣି
  • ୧/୪ ଚାମଚ ଅଳେଇଚ ପାଉଡର
  • ୨ ଚାମଚ ବାଦାମ୍‌ (ଭଜା ହୋଇଥିବା)

ପ୍ରସ୍ତୁତି ପ୍ରଣାଳୀ

ମୁଗ ଡାଲି ହାଲଓ୍ଵା ବନାଇବା ପାଇଁ ସର୍ବପ୍ରଥମେ ମୁଗ ଡାଲିକୁ ଧୋଇ ଦରଦରା ପେଶି ଦିଅନ୍ତୁ। ଏହାପରେ କ୍ଷୀରକୁ ଗରମ କରି ତାକୁ ଫୁଟିବାକୁ ଛାଡନ୍ତୁ ଏବଂ ଯେତିକି ଆବଶ୍ୟକ ସେତିକିି ଗରମ ହେବାକୁ ଦିଅନ୍ତୁ। ଏବେ ଏକ କଡାରେ ଘିଅ ଏବଂ ଡାଲିକୁ ଭଲଭାବେ ମିକ୍ସ କରି ଧୀମା ଆଞ୍ଚରେ ଲଗାତର ଚଲାଇ ଭଲଭାବେ ଫ୍ରାଏ କରନ୍ତୁ। ଭାଜିଥିବା ଡାଲିକୁ କ୍ଷୀରର ମିଶ୍ର୍ରଣରେ ପକାଇ ଭଲଭାବେ ମିଶାଇ ଧୀମା ଆଞ୍ଚରେ ଫୁଟାନ୍ତୁ। ସବୁ ପାଣି ଏବଂ କ୍ଷୀରକୁ ଯେପରି ଭଲଭାବ ଫୁଟାଇବେ। ଘିଅ ଅଲଗା ହେବା ପର୍ଯ୍ୟନ୍ତ ପୁଣି ଥରେ ଭଲଭାବେ ଫ୍ରାଏ କରନ୍ତୁ। ଏଥିରେ ଅଳେଇଚ ପାଉଡର ଏବଂ ଅଧା ବାଦାମ୍‌ ପକାଇ ଭଲଭାବେ ମିକ୍ସ କରନ୍ତୁ। ହାଲଓ୍ଵାକୁ ସର୍ଭିଙ୍ଗ ଡିସରେ ବାହାର କରି ବାଦାମରେ ସଜାଇ ଗରମାଗରମ ସର୍ଭ କରନ୍ତୁ।