ଖାଦ୍ୟରେ ବହୁତ ସ୍ୱାଦିଷ୍ଟ ଦୋସା ପିଜ୍ଜା, ବନାଇବା ଅତି ସହଜ

ଆବଶ୍ୟକ ସାମଗ୍ରୀ

  • ୨ କପ୍‌ ଦୋସା ପାଇଁ ଆଣ ବା ଘୋଳ
  • ୧/୨ କପ୍‌ କଦ୍ଦୁକ୍ସ କରାଯାଇଥିବା ଚିଜ୍‌
  • ୧ କପ୍‌ କଟା ପିଆଜ
  • ଏକ କପ୍‌ କଟା ଟମାଟୋ
  • ୧ କପ୍‌ କଟା ସିମଲା ଲଙ୍କା
  • ୨ ଚାମଚ୍‌ ସିଝା ମିଠା ମକା
  • ୨ ବଡ ଚାମଚ କଟା ଗାଜର
  • ୨ ବଡ ଚିଲ୍ଲୀ ସସ୍‌
  • ୨ ବଡ ଚାମଚ ଟମାଟୋ ସସ୍‌
  • ୧ ଛୋଟ ଚାମଚ ଗୋଲମରୀଚ ଗୁଣ୍ଡ
  • ୧ ଛୋଟ ଚାମଚ ତେଲ

ପ୍ରସ୍ତୁତି ପ୍ରଣାଳୀ

  1. ସର୍ବପ୍ରଥମେ କଟା ହୋଇଥିସବା ସବୁ ପରିବାକୁ ଭଲଭାବେ ମିକ୍ସ କରିଦିଅନ୍ତୁ ଏବଂ ଏହାପରେ ତାଓ୍ଵା ଗରମ କରନ୍ତୁ।
  2. ତାଓ୍ଵା ଗରମ ହୋଇଗଲାପରେ ଘୋଳ ପ୍ରସ୍ତୁତ କରି ଦୋସା ବନାଇ ଦିଅନ୍ତୁ। ଦୋସା ଉପରେ ଟମାଟୋ ସସ୍‌, ଚିଲ୍ଲୀ ସସ୍‌ ପକାଇ ଭଲଭାବେ ମିଶାଇ ଦିଅନ୍ତୁ।
  3. ଏହାପରେ ଏଥିରେ କଟା ପରିବା ପକାନ୍ତୁ। ଏହା ଉପରେ ଗୋଲମରୀଚ ଏବଂ ସାମାନ୍ୟ ଲୁଣ ପକାଇ ଦିଅନ୍ତୁ।
  4. ଏହାପରେ ଏଥିରେ କଦ୍ଦୁକସ୍‌ କରାଯାଇଥିବା ଚିଜ୍‌ ପକାନ୍ତୁ। ଏହାକୁ ଭଲଭାବେ ସିଝିବାକୁ ଛାଡନ୍ତୁ। ଏବେ ଆପଣଙ୍କ ଦୋସା ଏକଦମ୍‌ ପ୍ରସ୍ତୁତ ହୋଇଯାଇଛି। ଏହାକୁ ଚାରି ଭାଗରେ କାଟି ସଜାଇ ସର୍ଭ କରନ୍ତୁ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.