Below header

ସମ୍ପୂର୍ଣ୍ଣ ସାକାହାରୀ, ବିନା ପିଆଜ ରସୁଣରେ ବନାନ୍ତୁ ସାହି ପୋଟଳ

ଆବଶ୍ୟକ ସାମଗ୍ରୀ

ପୋଟଳ – ଚୋପା ଛଡା ହୋଇଥିବା
ସୋରିଷ ତେଲ – ଆବଶ୍ୟକ ଅନୁଯାୟୀ
ଟମାଟୋ – ଅଳ୍ପ
କ୍ଷୀର – ୧/୪ କପ୍‌
କାଜୁ – ୮ରୁ୧୦ଟି
କଞ୍ଚା ଲଙ୍କା – ଅଳ୍ପ
ତେଜପତ୍ର – ୩ଟି
ଡାଲଚିନି, ଲବଙ୍ଗ, ଗୁଜୁରାତି – ଆବଶ୍ୟକ ଅନୁସାରେ
ଜିରା – ୧ ଚାମଚ
ପାଣି – ଆବଶ୍ୟକ ଅନୁସାରେ
ଚିନି – ୧/୨ ଚାମଚ
ଗରମ ମସଲା – ୧/୨ ଚାମଚ
କଟା ଧନିଆ ପତ୍ର – ଅଳ୍ପ

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ଗ୍ୟାସରେ ଏକ ପ୍ୟାନ୍‌ ବସାଇ ସେଥିରେ ତେଲ ଗରମ କରନ୍ତୁ। ଏହାପରେ ଗୋଟା ପୋଟଳକୁ ପକାଇ ଭାଜନ୍ତୁ। ପୋଟଳ ଭାଜି ହୋଇଗଲେ ଏହାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ। ଏବେ ଟମାଟୋ, ଅଦା ଏବଂ କଞ୍ଚା ଲଙ୍କା ନେଇ ଗ୍ରାଇଣ୍ଡିଂ କରି ପେଷ୍ଟ ତିଆରି କରନ୍ତୁ। ଏହା ପରେ କ୍ଷୀର ଓ କାଜୁକୁ ମଧ୍ୟ ଅଲଗା ଗ୍ରାଇଣ୍ଡ କରି ଏକ ପାତ୍ରରେ ରଖନ୍ତୁ।

ଏହାପରେ ପ୍ୟାନରେ ତେଲ ଗରମ କରି ତେଜପତ୍ର, ଡାଲ୍ଚିନି, ଲବଙ୍ଗ, ଗୁଜୁରାତି ଏବଂ ଗୋଟା ଜିରା ପକାଇ ଭାଜନ୍ତୁ। ଏହା ପରେ ସେଥିରେ ପୂର୍ବରୁ ପ୍ରସ୍ତୁତ କରି ରଖିଥିବା ଅଦା ଟମାଟୋ ଏବଂ କଞ୍ଚା ଲଙ୍କା ପେଷ୍ଟକୁ ପକାନ୍ତୁ। ଏହାକୁ ଭଲଭାବେ ମିକ୍ସ କରି କଷନ୍ତୁ। ଏବେ ପୂର୍ବରୁ ତିଆରି ହୋଇଥିବା କାଜୁ ପେଷ୍ଟକୁ ପକାନ୍ତୁ। ସେଥିରେ ହଳଦୀ ଗୁଣ୍ଡ, ଧନିଆ ପାଉଡର୍, ଲଙ୍କା ଗୁଣ୍ଡ ପକାଇ ଭଲଭାବେ ଗୋଳାଇ ଦିଅନ୍ତୁ। ମନେ ରଖନ୍ତୁ ଏହିସମୟରେ ଗ୍ୟାସ ଯେପରି ଧୀମା ରହିଥିବ।

ମସଲା ଭଲରେ କଷି ହୋଇଗଲା ପରେ ସେଥିରେ ପାଣି ଏବଂ ସ୍ୱାଦ ଅନୁସାରେ ଲୁଣ ଏବଂ ଅଳ୍ପ ଚିନି ପକାଇ ଭଲରେ ମିଶାଇ ଫୁଟିବାକୁ ଦିଅନ୍ତୁ। ଏହା ପରେ ପୂର୍ବରୁ ଭଜା ହୋଇଥିବା ପୋଟଳ ପକାଇ ଫୁଟିବାକୁ ଛାଡ଼ି ଦିଅନ୍ତୁ। ଶେଷରେ ଗରମ ମସଲା ଏବଂ କଟା ଧନିଆ ପତ୍ର ପକାଇ ଗ୍ୟାସ୍ ବନ୍ଦ କରି ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଯାଇଛି ଆପଣଙ୍କର ସାହି ପୋଟଳ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.